ଓଡିଶା

odisha

STF ହାତରେ ନାୟକ ଗ୍ୟାଙ୍ଗର ନେଟୱାର୍କ, ୩ ଦିନରେ ୩ ଗିରଫ

By

Published : Oct 3, 2022, 12:11 PM IST

STF ଟିମ ହାତରେ ନିଶା ବେପାରୀଙ୍କ ବଡ ଗ୍ୟାଙ୍ଗ୍‌ । ୩ ଦିନରେ ୩ ଜଣଙ୍କୁ ଗିରଫ କଲା ଏସଟିଏଫ ଟିମ । ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ । ଅଧିକ ପଢ଼ନ୍ତୁ

huge amount of brown sugar seized in bhubaneswar accused arrested
ଏସଟିଏଫ ହାତରେ ନାୟକ ଗ୍ୟାଙ୍ଗର ନେଟୱାର୍କ, 3 ଦିନରେ 3 ଗିରଫ

ଭୁବନେଶ୍ବର: ଖୋଲୁଛି ନାୟକ ଗ୍ୟାଙ୍ଗର‌ ଗୁମର । ଏସଟିଏଫ ହାତରେ ଅପରାଧୀ ଗ୍ୟାଙ୍ଗର ନେଟୱାର୍କ । ସ୍ପେଶାଲ ସ୍ପାଏ ଜରିଆରେ ଗ୍ୟାଙ୍ଗର ଖୋଲୁଛି ଚେର । ଗତ ୩ ଦିନରେ ୩ଜଣ ନିଶା ବେପାରୀଙ୍କୁ ଗିରଫ ହୋଇଥିବାବେଳେ ୨କୋଟିରୁ ଉର୍ଦ୍ଧ୍ବ ଟଙ୍କାର‌ ବ୍ରାଉନସୁଗାର ଜବତ କରିଛି ଏସଟିଏଫ ଟିମ ।

ଭୁବନେଶ୍ବର ସୁନ୍ଦରପଦା-ଜଟଣୀ ରାସ୍ତାରେ କାର୍‌ରୁ କୋଟିଏ ଟଙ୍କାର‌ ବ୍ରାଉନସୁଗାର ଜବତ ଘଟଣାରେ ଗତ ୩୦ ତାରିଖରେ ଫରେଷ୍ଟପାର୍କର ଦୀପକ ନାୟକକୁ ଏସଟିଏଫ ଟିମ (STF Team) ଗିରଫ କରିଥିଲା । ପରେ ୧ ତାରିଖରେ ଖୋର୍ଦ୍ଧାରୁ ୧ କିଲୋ ୧୫୦ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ସିଦ୍ଧାର୍ଥ ନାୟକ ଗିରଫ କରିଯାଇଥିଲା । ସେହି ଘଟଣାରେ ଦେବେନ୍ଦ୍ର ସ୍ବାଇଁକୁ ଗିରଫ କରିଛି ଏସଟିଏଫ ଟିମ । ଏହି ଗ୍ୟାଙ୍ଗରେ ସମ୍ପୃକ୍ତି ଥିବା ଅନ୍ୟ କୁଖ୍ୟାତ ଅପରାଧୀ ଯେଉଁମାନେ ପୂର୍ବରୁ ଅବକାରୀ ବିଭାଗ ଏବଂ କମିଶନରେଟ ପୋଲିସ ହାତରୁ ଖସିଯାଇଛନ୍ତି, ସେମାନଙ୍କୁ ଏସଟିଏଫ ଟିମ ଖୋଜୁଛି ।

ଏହା ମଧ୍ୟ ପଢ଼ନ୍ତୁ: ପୂଜା ପାଇଁ ସତର୍କ କରାଇଲେ ଭୁବନେଶ୍ୱର DCP

ବର୍ତ୍ତମାନ ଏହି ଗ୍ୟାଙ୍ଗର ବଡ଼ ନେଟୱାର୍କ ପୋଲିସ ହାତରେ ଲାଗିଥିବାବେଳେ, ସ୍ପେଶାଲ ସ୍ପାଏ ଜରିଆରେ ସେମାନଙ୍କ ଆଡ୍ଡା, ଡେଲିଭେରି ପଏଣ୍ଟ ଓ ପେଡଲରଙ୍କ ତାଲିକା ସହ ବସ୍ତିମାନଙ୍କ ଥିବା ନିଶା ବେପାରୀଙ୍କୁ ଖୋଜୁଛି । ବିଶେଷ ସୁତ୍ରରୁ ମିଳିଥିବା ସୂଚନା ମୁତାବକ, କିଛି କୁଖ୍ୟାତ ଅପରାଧୀ ଏହି ଗ୍ୟାଙ୍ଗରେ ରହିଛନ୍ତି । ଏମାନେ ବଡ ଧରଣର ଡେଲିଭରି ଦେଉଥିଲେ । ପ୍ରଥମେ ବେପାର କରିବା ପରେ ଏମାନଙ୍କ ପାଖରୁ ଟଙ୍କା କଲେକ୍ସନ କରୁଥିଲେ ।

ବଡ ପରିମାଣର ବ୍ରାଉନସୁଗାର ଆଣୁଥିଲେ । କିଛି ସହଯୋଗୀଙ୍କ ଜରିଆରେ ପ୍ୟାକେଟ କରି ଠିକଣା ସ୍ଥଳରେ ପହଞ୍ଚାଉଥିଲେ । ପ୍ରତି ପ୍ୟାକେଟ ପିଛା ୫୦୦ ଟଙ୍କାରେ ବିକ୍ରି କରୁଥିଲେ । ବିକ୍ରି‌ କରୁଥିବା ଲୋକର ୨୦୦ ହେଲେ ଏମାନେ ୩୦୦ ପାଉଥିଲେ । ଏହିଭଳି ଢଙ୍ଗରେ ନାୟକ ଗ୍ୟାଙ୍ଗ ସକ୍ରିୟ ଥିବାବେଳେ, ୨ ଜଣ ଗିରଫ ହୋଇଛନ୍ତି । ଅନ୍ୟ ଜଣେ ନାୟକକୁ ଖୋଜୁଛି‌ ପୋଲିସ । ଏମାନଙ୍କ ନେଟୱାର୍କର ବଡ ବେପାରୀଙ୍କୁ ଖୁବଶୀଘ୍ର କାବୁ କରିବ ବୋଲି ଆକ୍ସନ‌ପ୍ଲାନ‌ ପ୍ରସ୍ତୁତ କରୁଛି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details