ଭୁବନେଶ୍ବର: ରାଜ୍ୟରେ କୁପୋଷଣର ଶିକାର ହୋଇଥିବା ଅତିଶୟ କମ ଓଜନର ଶିଶୁଙ୍କ ସଂଖ୍ୟା ଅକ୍ଟୋବର 2019 ସୁଦ୍ଧା 21 ହଜାର 901 । କମ ଓଜନର ଶିଶୁଙ୍କ ସଂଖ୍ୟା 3 ଲକ୍ଷ 75 ହଜାର 196 । କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ଅତିଶୟ କମ ଓଜନର ଶିଶୁ 1732 ଜଣ ଓ କମ ଓଜନର ଶିଶୁ 37 ହଜାର 269 ରହିଛନ୍ତି ।
ଏହାପରକୁ ରହିଛି କଳାହାଣ୍ଡି । ଜିଲ୍ଲାରେ ଅତିଶୟ କମ ଓଜନର ଶିଶୁ 2066 ଜଣ ଥିବାବେଳେ କମ ଓଜନର ଶିଶୁ 21 ହଜାର 324 ଜଣ ଅଛନ୍ତି । ସେହିଭଳି ମା’ ମାନଙ୍କ କ୍ଷେତ୍ରରେ କୁପୋଷଣର ଶିକାର ହୋଇଥିବା ହାର ରହିଛି 41 ପ୍ରତିଶତ । ଏଥିରେ ସର୍ବାଧିକ ରହିଛି ମାଲକାନଗିରିରେ (45.9 ପ୍ରତିଶତ) ।