ଓଡିଶା

odisha

ETV Bharat / city

ରଙ୍ଗ ଖେଳିବା ବେଳେ କେମିତି ରହିବେ ସୁରକ୍ଷିତ?

ରଙ୍ଗର ପର୍ବ ହୋଲି ପାଳିବାକୁ ସମସ୍ତେ ଅପେକ୍ଷାରତ । ସାରା ଦେଶର ଏହା ଏକ ଆନନ୍ଦର ପର୍ବ । ଏହି ପର୍ବରେ ଆନନ୍ଦ ଉଲ୍ଲାସରେ ସହ ଖେଳିଥାନ୍ତି ରଙ୍ଗ ଅବିର । ଅଧିକ ପଢନ୍ତୁ...

By

Published : Mar 10, 2020, 3:25 AM IST

ରଙ୍ଗ ଖେଳିବା ବେଳେ କେମିତି ରହିବେ ସୁରକ୍ଷିତ?
ରଙ୍ଗ ଖେଳିବା ବେଳେ କେମିତି ରହିବେ ସୁରକ୍ଷିତ?

ଭୁବନେଶ୍ବର: ରଙ୍ଗର ପର୍ବ ହୋଲି ପାଳିବାକୁ ସମସ୍ତେ ଅପେକ୍ଷାରତ । ସାରା ଦେଶର ଏହା ଏକ ଆନନ୍ଦର ପର୍ବ । ଏହି ପର୍ବରେ ଆନନ୍ଦ ଉଲ୍ଲାସରେ ସହ ଖେଳିଥାନ୍ତି ରଙ୍ଗ ଅବିର । କିନ୍ତୁ ରଙ୍ଗ ଖେଳିବା ସମୟରେ ପରିଧାନ କରିଥିବା କପଡା ଉପରେ ବିଶେଷ ଭାବରେ ଧ୍ୟାନ ଦେବା ଆବଶ୍ୟକ ରହିଛି । ଏନେଇ କଣ କୁହନ୍ତି ଡାକ୍ତର ଓ ସାଧାରଣ ଲୋକ ।

ରଙ୍ଗ ଖେଳିବା ବେଳେ କେମିତି ରହିବେ ସୁରକ୍ଷିତ?
  • ସମସ୍ତ କେମିକାଲ ରଙ୍ଗରୁ ନିବୃତ ରହିବା ପାଇଁ ହେଲେ ସାଧାରଣ ଭାବରେ ଶରୀରକୁ ଘୋଡାଇବା ପାଇଁ ଫୁଲ କପଡା ପିନ୍ଧିବା ଆବଶ୍ୟକ ।
  • ଆଖିରେ ରଙ୍ଗ ନପଡିବା ପାଇଁ ଚଷମା ବ୍ୟବହାର କରିବା ଆବଶ୍ୟକ।
  • ମୁଣ୍ଡରେ ରଙ୍ଗ ନଲାଗିବା ପାଇଁ ସାଧାରଣ ଭାବରେ ଟୋପି ନଚେତ ତେଲ ବ୍ୟବହାର କରିବା ଦରକାର ।
  • ସାଧାରଣ ଭାବରେ ଦେହରେ ଫୁଲ୍ ଡ୍ରେସ ପିନ୍ଧିବା ଆବଶ୍ୟକ ରହିଥିବା ବେଳେ ଦେହରେ ସମ୍ପୂର୍ଣ୍ଣ ରୂପେ ତେଲ ମାରିବା ଉଚିତ । ନଚେତ ବଡି ଲୋସନ ବ୍ୟବହାର କରିବା ଉଚିତ ।
  • ଯଦ୍ବାରା ରଙ୍ଗରେ ରହିଥିବା ମେକିକାଲ ଶରୀର ମଧ୍ୟକୁ ପ୍ରବେଶ କରିପାରିବ ନାହିଁ ।

ଏହା ସହ ସୂତା କପଡା ପିନ୍ଧିବା ଆବଶ୍ୟକ ରହିଥିବା ବେଳେ ଟେରିକଟ ଓ ସିନ୍ଥେଟିକ କପଡା ପିନ୍ଧିବା ଅନୁଚିତ । ଯାହା ଫଳରେ ଚମଡ଼ାରେ ରିଆକ୍ସନ ହୋଇଯିବାର ସମ୍ଭାବନା ଅଧିକ ଥାଏ ବୋଲି କହିଛନ୍ତି ଡାକ୍ତର ଶ୍ରୀକାନ୍ତ କୁମାର ଧର ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details