ଭୁବନେଶ୍ବର: ବିଧାନସଭା ଅଧିବେଶନର ପ୍ରଥମ ଦିନ । ଫୋକସରେ ଥିଲେ କଂଗ୍ରେସର 4 ନବାଗତ ବିଧାୟକ । ଏପଟେ ବିଧାନସଭାର ନିୟମ, କାନୁନ ଓ ପରମ୍ପରା, ସବୁକିଛିକୁ ଅତି ପାଖରୁ ନିରୀକ୍ଷଣ କରୁଥାନ୍ତି ଅନ୍ୟ ସମସ୍ତ ନବାଗତ ବିଧାୟକ । ହେଲେ ଏହି 4 ବିଧାୟକ ଦଳର ଅନ୍ୟ 5 ବରିଷ୍ଠ ବିଧାୟକଙ୍କ ଠାରୁ ତାଲିମ ନେଉଥାନ୍ତି । କେମିତି କରାଯାଏ, ବିଧାନସଭା ହୁଲ ସ୍ତୁଲ । କେମିତି ଶାସକ ବିଧାୟକଙ୍କ ଗହଣରେ କରାଯାଏ ହୋହାଲ୍ଲା ।
ଏପଟେ ଇସାରା ଦିଅନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ନବାଗତଙ୍କୁ ମଇଦାନକୁ ଟାଣିନିଅନ୍ତି ବରିଷ୍ଠ ବିଧାୟକ । ଗୃହ ଦୁଲୁକାଇବାରେ ମାହିର ବରିଷ୍ଠ ବିଧାୟକଙ୍କ ସହ ଜୀବନରେ ପ୍ରଥମଥର ପାଇଁ ମଇଦାନକୁ ଓହ୍ଲାନ୍ତି ଏମାନେ। କଟକ-ବାରବାଟୀ ବିଧାୟକ ମହମ୍ମଦ ମୁକ୍କିମ, ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ, ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଏବଂ ରାଜଗାଙ୍ଗପୁର ବିଧାୟକ ସି.ଏସ. ରାଜେନ ଏକ୍କା, ଏମାନଙ୍କ ପାଇଁ ବିଧାନସଭା ଅଧିବେଶନର ପ୍ରଥମ ଅନୂଭୁତି ନିଆରା ନିଶ୍ଚୟ ।