ଓଡିଶା

odisha

ETV Bharat / city

କୋରୋନା କାଳରେ କେମିତି ହେବ ଉପ-ନିର୍ବାଚନ, ମତ ରଖିଲେ ନେତା

କୋରୋନା ମହାମାରୀ ସମୟରେ ନିର୍ବାଚନ ହେବ ନା ନାହିଁ ସେ ନେଇ ମୁଖ୍ୟ ନିର୍ବାଚନ କମିସନର ସବୁ ରାଜନୈତିକ ଦଳଙ୍କ ମତାମତ ମାଗିଛନ୍ତି । ଅଧିକ ପଢନ୍ତୁ..

By

Published : Jul 18, 2020, 10:21 PM IST

Updated : Jul 18, 2020, 10:53 PM IST

କୋରୋନା ସମୟରେ କେମିତି ହେଉ ଉପ-ନିର୍ବାଚନ, ମତ ରଖିଲେ ନେତା
କୋରୋନା ସମୟରେ କେମିତି ହେଉ ଉପ-ନିର୍ବାଚନ, ମତ ରଖିଲେ ନେତା

ଭୁବନେଶ୍ବର: କୋରୋନା ମହାମାରୀ ସମୟରେ ନିର୍ବାଚନ ହେବ ନା ନାହିଁ ସେ ନେଇ ମୁଖ୍ୟ ନିର୍ବାଚନ କମିସନର ସବୁ ରାଜନୈତିକ ଦଳଙ୍କ ମତାମତ ମାଗିଛନ୍ତି । ବିହାରର ୫ ବର୍ଷ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ଓଡିଶା ସମେତ ଅନେକ ରାଜ୍ୟରେ ଉପ ନିର୍ବାଚନ ଅଛି । ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସେମାନଙ୍କ ମତାମତ ରଖିଛନ୍ତି । କୋରୋନା କବଳରେ ସାରା ବିଶ୍ୱ କବଳିତ । ଦିନକୁ ଦିନ ପଜିଟିଭି ଏବଂ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ରେକର୍ଡ କରୁଛି । ଏଭଳି ସ୍ଥିତିରେ କେମିତି ହେବ ନିର୍ବାଚନ । ନିର୍ବାଚନ ହେବ ନା ନାହିଁ ଯଦି ହେବ କେମିତି ହେବ । ଏନେଇ ରାଜନୈତିକ ଦଳଙ୍କ କୋର୍ଟକୁ ବଲ ଫିଙ୍ଗିଛନ୍ତି ନିର୍ବାଚନ କମିସନ।

କୋରୋନା କାଳରେ କେମିତି ହେବ ଉପ-ନିର୍ବାଚନ, ମତ ରଖିଲେ ନେତା

ସମସ୍ତ ରାଜନୈତିକ ଦଳ ଗୁଡିକ ଚଳିତମାସ ଶେଷ ସୁଦ୍ଧା ନିର୍ବାଚନ ହେବ ନା ନହିଁ ସେନେଇ ନିର୍ବାଚନ କମିସନଙ୍କୁ ଅବଗତ କରାଇବା ପାଇଁ କମିସନ କହିଛନ୍ତି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନିପତି ନିର୍ବାଚନ ସପକ୍ଷରେ ମତ ରଖିଛନ୍ତି । କୋଭିଡ଼ ନିୟମାବଳୀ ଭିତରେ ନିର୍ବାଚନ ଅନୁଷ୍ଠିତ ହୋଇପାରିବ । ସଭା ସମିତି ନକରି ଘରକୁ ଘର ବୁଲି ପ୍ରାର୍ଥୀ ପ୍ରଚାର କରିବା ପାଇଁ କହିଛନ୍ତି। ନିର୍ବାଚନରେ କଂଗ୍ରେସର ଖର୍ଚ୍ଚ କିଛି ନାହିଁ କିନ୍ତୁ ବିଜେଡି ଓ ବିଜେପି ଅଧିକ ଖର୍ଚ୍ଚ କରୁଥିବାରୁ ସେମାନେ ନିର୍ବାଚନ ବିପକ୍ଷରେ ମତ ରଖିପାରନ୍ତି ବୋଲି କହିଛନ୍ତି।

ନିର୍ବାଚନ, ଗଣତନ୍ତ୍ର ଓ ସମ୍ବିଧାନର ଏକ ଅବିଛେଦ୍ୟ ଅଙ୍ଗ । କିନ୍ତୁ କୋଭିଡ଼ ମହାମାରୀ ବର୍ତ୍ତମାନ ସମଗ୍ର ବିଶ୍ୱରେ ଏକ ଅଦ୍ଭୁତ ପରିସ୍ଥିତି ସୃଷ୍ଟି କରିଛି । ନିର୍ବାଚନ ପରିଚାଳନକୁ ନେଇ ନିର୍ବାଚନ କମିଶନ ବିଭିନ୍ନ ରାଜନୈତିକ ଦଳକୁ ମତାମତ ମାଗିବା ପ୍ରଶଂସନୀୟ ପଦକ୍ଷେପ । ଆମ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଦଳ ପକ୍ଷରୁ ନିଶ୍ଚିତ ଗଠନମୂଳକ ପ୍ରସ୍ତାବ ଦେବେ ବୋଲି କହିଛନ୍ତି ବିଜେଡି ବିଧାୟକ ଶଶୀଭୂଷଣ ବେହେରା । ଅନ୍ୟ ପଟେ ବିଜେପି କହିଛି ସାମ୍ପ୍ରତିକ ପରିସ୍ଥିତିରେ ନିର୍ବାଚନ କମିଶନ ଏଭଳି ମତାମତ ମାଗିବା ବୁଦ୍ଧିମତାର ପରିଚୟ । ବିଜେପି ଏଥିପାଇଁ ନିର୍ବାଚନ କମିଶନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି ବୋଲି କହିଛନ୍ତି ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ ।

ସବୁ ଦଳ ସହ ବୈଠକ କରି ପରାମର୍ଶ କରିବାର ଆବଶ୍ୟକତା ଅଛି । ଯାହା ପରାମର୍ଶ ଆସିବ ସେହି ଅନୁଯାୟୀ ହେବା ଉଚିତ। ସମାବେଶ ହେବ, କାର୍ଯ୍ୟକର୍ତ୍ତା ଏକାଠି ହେବେ ତେଣୁ ବିପଦ ରହୁଛି । କିଭଳି ଲଢ଼ିଲେ ଗୋଷ୍ଠୀ ସଂକ୍ରମଣ ହେବନି ସେ ସମ୍ପର୍କରେ ଚର୍ଚ୍ଚା ହେବା ଆବଶ୍ୟକ। ଲୋକଙ୍କ ଜୀବନ ମୂଲ୍ୟବାନ ବୋଲି ବିଜେପି କହିଛି ।

ତେଣୁ ସମସ୍ତଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବା ଦରକାର ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । କୋଭିଡ ୧୯ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ମାର୍ଗଦର୍ଶିକା ଜାରି କରୁଛନ୍ତି । ରାଜନୈତିକ ଦଳଙ୍କ ମତାମତ ପାଇବା ପରେ ବିସ୍ତୃତ ଗାଇଡ ଲାଇନ ପ୍ରସ୍ତୁତ କରିବେ ନିର୍ବାଚନ କମିସନ । ପ୍ରଚାର ଠୁ ନେଇ ଭୋଟ ଗ୍ରହଣ ଯାଏ ଯେମିତି ସଂକ୍ରମଣ ନବ୍ୟାପିବ ତାକୁ ଦଷ୍ଟିରେ ରଖି ଗାଇଡ ଲାଇନ ପ୍ରସ୍ତୁତ ହେବ ବୋଲି ଜଣାପଡିଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Jul 18, 2020, 10:53 PM IST

ABOUT THE AUTHOR

...view details