ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କୋରୋନା ସ୍ଥିତି ଭୀଷଣ ଭାବରେ ବଢ଼ିବାରେ ଲାଗିଛି। ସଂକ୍ରମଣ ସଂଖ୍ୟା ପୁରୁଣା ରେକର୍ଡ ଭାଙ୍ଗିବା ସହ ନୂଆ ରେକର୍ଡ ସୃଷ୍ଟି କରୁଛି। ରାଜ୍ୟରେ କୋରୋନା ସଂକ୍ରମଣ ଅଣାୟତ ହେବାରେ ଲାଗଛି। ଯେଉଁ ଭଳି ଭାବରେ କରୋନା ରାଜ୍ୟରେ ବ୍ୟାପିବାରେ ଲାଗିଛି । ସେହି ଅନୁପାତରେ ଟେଷ୍ଟ କରିବାର ଆବଶ୍ୟକତା ମଧ୍ୟ ରହିଛି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ଏମସର ପୂର୍ବତନ ନିର୍ଦ୍ଦେଶକ ଅଶୋକ ମହାପାତ୍ର ।
ସେ କହିଛନ୍ତି ଏବେ ଯେପରି ଟେଷ୍ଟ କରାଯାଉଛି ଫେବୃଆରୀ ମାସରେ ରାଜ୍ୟରେ ସେପରି ଟେଷ୍ଟ କରାଯାଇନଥିଲା। ବର୍ତ୍ତମାନ ରାଜ୍ୟରେ ଦୈନିକ ପ୍ରାୟ 6 ହଜାର କୋରୋନା ଟେଷ୍ଟ ହେଉଥିବାବେଳେ ସେଥି ମଧ୍ୟରୁ ପାଞ୍ଚ ଶହ ପାଖାପାଖି ରିପୋର୍ଟ ପଜିଟିଭ ବାହାରୁଛି । କିନ୍ତୁ ରାଜ୍ୟର ସ୍ଥିତି ଅନୁଯାୟୀ ଏହି ଟେଷ୍ଟ ସଂଖ୍ୟା 10ରୁ 15 ହଜାରକୁ ବୃଦ୍ଧି କରିବା ଦରକାର । ସେପଟେ ପ୍ରାଇଭେଟ ହସ୍ପିଟାଲ ଗୁଡ଼ିକ କୋଭିଡ ଟେଷ୍ଟ କରିବାରେ ବର୍ତ୍ତମାନ ସେତେ ମାତ୍ରାରେ ସକ୍ଷମ ହୋଇନଥିବା କହିଛନ୍ତି ଅଶୋକ ମହାପାତ୍ର । ଆବଶ୍ୟକୀୟ ଟ୍ରେଡିଂ କର୍ମଚାରୀ, ପର୍ଯ୍ୟାପ୍ତ କୋରୋନା କିଟ, ଲାବୋରୋଟାରୀ ସହ ଉନ୍ନତ ଯନ୍ତ୍ରପାତୀ ଏବଂ NABL ସ୍ବୀକୃତି ପ୍ରାପ୍ତ ହେବା ଆବଶ୍ୟକ । NABL ସ୍ବୀକୃତି ପ୍ରଦାନ କଲେ ହିଁ କୋଭିଡ ପରୀକ୍ଷା ପାଇଁ ଅନୁମତି ଦେବ ICMR ।