ଭୁବନେଶ୍ବର: ରଥଯାତ୍ରା ସମ୍ପର୍କରେ ଗଜପତି ମହାରାଜଙ୍କ ସହ କଥା ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ କ୍ରମେ ଗୃହମନ୍ତ୍ରୀ ଗଜପତିଙ୍କ ସହ କଥା ହୋଇଥିବା ସୂଚନା । ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।
ଆସନ୍ତାକାଲି ଘୋଷଯାତ୍ରା ଥିବାବେଳେ ବର୍ତ୍ତମାନ ରଥଯାତ୍ରା ହେବ କି ନାହିଁ ସେନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି । ଭାରତ ସରକାରଙ୍କର ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠରେ ମହାପ୍ରଭୁଙ୍କର ଅନନ୍ୟ ରଥଯାତ୍ରାର ନୀତିକ୍ରାନ୍ତି ଓ ପ୍ରକ୍ରିୟାକୁ ଚଳିତ ବର୍ଷ ମଧ୍ୟ ଚାଲୁ ରଖିବା ପାଇଁ ନିର୍ଦ୍ଦେଶ ଦେବାପାଇଁ ପ୍ରାର୍ଥନା କରିଛନ୍ତି ।