ଭୁବନେଶ୍ବର: ଓଡିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଆସନ୍ତା ୧୨ ତାରିଖରେ ଓଡିଶା ଗସ୍ତରେ ଆସି ପୂର୍ବାଞ୍ଚଳ ସୁରକ୍ଷା ପରିଷଦ ବୈଠକରେ ଯୋଗ ଦେବେ। ପୂର୍ବରୁ ଶାହା ଆସିବେ କି ନାହଁ ସ୍ପଷ୍ଟ ନଥିଲା ବେଳେ ଆଜି ଦଳୀୟ ସୂତ୍ରରୁ ଏନେଇ ସ୍ପଷ୍ଟ ସୂଚନା ମିଳିଛି ।
ଗୃହମନ୍ତ୍ରୀ ପୂର୍ବଞ୍ଚଳ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବେ। ଏପଟେ ଅମିତ ଶାହାଙ୍କ ଗସ୍ତକୁ ଦେଖି ରାଜ୍ୟ ବିଜେପି ପକ୍ଷରୁ ଦଳୀୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି। ବିଜେପି ସୂତ୍ରରୁ ମିଳିଥିବା ଅନୁସାରେ ଶାହା ଏହି ସରକାରୀ କାର୍ଯ୍ୟକ୍ରମ ବ୍ୟତୀତ ଦଳୀୟ ନେତାଙ୍କୁ ମଧ୍ୟ ଭେଟିବେ। ବିଜେପି ରାଷ୍ଟ୍ରୀୟ ସଭାପତି ପଦରୁ ଅବ୍ୟାହତି ନେବା ଏବଂ ଏହାରି ଭିତରେ ରାଜ୍ୟ ସଭାପତି ଭାବେ ନୂଆ କରି ସମୀର ମହାନ୍ତି ଦାୟିତ୍ବ ନେବା ପରେ ଏହା ଶାହାଙ୍କ ପ୍ରଥମ ଓଡିଶା ଗସ୍ତ।