ଭୁବନେଶ୍ବର: କୋରୋନାର ଲକ୍ଷଣ କିମ୍ବା ସାମାନ୍ୟ ଲକ୍ଷଣ ଥିଲେ ମିଳିବ ହୋମ ଆଇସଲେସନର ଅନୁମତି। ସହରାଞ୍ଚଳରେ ସର୍ତ ମୂଳକ ଭାବରେ ହୋମ ଆଇସଲେସନ ପାଇଁ ମିଳିବ ଅନୁମତି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଲକ୍ଷଣ ନଥିଲେ ବା ସାମାନ୍ୟ ଲକ୍ଷଣ ରହିଥିଲେ ହୋମ ଆଇସଲେସନରେ ଅନୁମତି ମିଳିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ 114 ପୌରାଞ୍ଚଳ, ବ୍ଲକ, ହେଡ କ୍ବାଟର, ଜିଲ୍ଲା ହେଡ କ୍ବାଟରରେ ସର୍ତ୍ତମୂଳକ ଭାବରେ ରହିପାରିବେ।
ସହରାଞ୍ଚଳରେ ଲକ୍ଷଣ ନଥିଲେ ହୋମ ଆଇସୋଲେସନରେ ରହିବାକୁ ଅନୁମତି
ରାଜ୍ୟର କୋରୋନା ସ୍ଥିତି ଓ ଆଗାମୀ ପଦକ୍ଷେପ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..
ସରକାରଙ୍କର ସମସ୍ତ ଗାଇଡ଼ଲାଇନକୁ ମାନି ଚାଲିବାକୁ ନିର୍ଦେଶ ମଧ୍ୟ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏହା ଦ୍ୱାରା ଘରେ ରହିଲେ ମାନସିକତାରେ ସ୍ଥିରତା ଆସିବ। ଏଚଆଇଭି ରୋଗୀ, କ୍ୟାନ୍ସର, ଲିଭର ସମସ୍ୟା, କିଡ଼ିନ ସମସ୍ୟାସ, ଉଚ୍ଚ ରକ୍ତଚାପ ଓ ବୟସ୍କ ଲୋକ ଘରେ ରହିପାରିବେ ନାହିଁ। ରାଜ୍ୟ ସରକାର ଅନେକ କର୍ପରେଟ ଅନୁଷ୍ଠାନକୁ ମଧ୍ୟ ଅନୁମତି ପ୍ରଦାନ କରିଛି। ସବୁ ମ୍ୟୁନିସିପାଲଟି ହୋମ, ଇଷ୍ଟକଷ୍ଟ ରେଳବିଭାଗ, ପାରାଦୀପ, ଧାମରା, ଗୋପାଳପୁର, ସେଣ୍ଟାର୍ଲ ଆର୍ମସ ପୋଲିସ ଫୋର୍ସ, ଓଡିଶା ପୋଲିସ, ଓଡିଶା ଅଗ୍ନିଶମ ବିଭାଗ, ୟୁନିର୍ଭସିଟି, ଧର୍ମ ଅନୁଷ୍ଠାନ କମିଟି, ଆପାର୍ଟମେଂଟ ଆଦି ଏନଜିଓ ମାନଙ୍କର ପାଇଁ ମାନେ ଛୋଟ ହେଉ କି ବଡ ହେଉ ତାଙ୍କର ନିଜର ମେମ୍ବର ଓ କର୍ମଚାରୀ ମାନଙ୍କର ପଜିଟିଭ ବାହାରିବା ପରେ ସେହିଠାରେ ହୋମ ଆଇସଲେସନରେ ରହିବା ପାଇଁ ଅନୁମତି ଦିଆଯାଇଛି।
ଏହା ସହ ସେଠାରେ ସମସ୍ତ ସୁବିଧା କରାଯିବ। ଯଦି କୌଣସି ଅନୁଷ୍ଠାନର ଆର୍ଥିକ ସ୍ଥିତି ଠିକ ନଥିବ ତେବେ ସରକାର ତାଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବେ ବୋଲି କହିଛନ୍ତି ଅସିତ ତ୍ରିପାଠୀ । ଆବଶ୍ୟକତା ହେଲେ ତାଲିମ ଓ ସ୍ୱାସ୍ଥ୍ୟ ସହାୟତା ଯୋଗାଇବେ ରାଜ୍ୟ ସରକାର। ରାଜ୍ୟରେ କରୋନା ଭାଇରସକୁ ନେଇ ଜ୍ଞାନ କୌଶଳ ବଦଳିଛି। କରୋନାର ପରୀକ୍ଷା କ୍ଷମତା ମଧ୍ୟ ବଢ଼ିଥିବା ସେ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ