ଓଡିଶା

odisha

ETV Bharat / city

ଆଜି ପବିତ୍ର କାର୍ତ୍ତିକ ମାସର ପ୍ରଥମ ଦିନ, ବ୍ରତ ଧରିଛନ୍ତି ବ୍ରତଧାରୀ

ଆଜିଠୁ ପବିତ୍ର କାର୍ତ୍ତିକ ବ୍ରତ ଆରମ୍ଭ । ଆଜି କାର୍ତ୍ତିକ ମାସ ପ୍ରଥମ ସୋମବାରେ ବ୍ରତ ଧରିଛନ୍ତି ବ୍ରତଧାରୀ । ଶ୍ରୀକ୍ଷେତ୍ରରେ ରହି ବ୍ରତ ପାଳନ କରିଛନ୍ତି ହବିଷ୍ୟାଳି । ଅଧିକ ପଢନ୍ତୁ

By

Published : Oct 10, 2022, 8:29 AM IST

holy month of Kartik
ଆଜି ପବିତ୍ର କାର୍ତ୍ତିକ ମାସର ପ୍ରଥମ ଦିନ

ଭୁବନେଶ୍ବର:12 ମାସ ଭିତରେ କାର୍ତ୍ତିକ ମାସ ଧର୍ମର ମାସ । ଆଜିଠୁ ପବିତ୍ର କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । ଆଜି କାର୍ତ୍ତିକ ମାସ ପ୍ରଥମ ସୋମବାର ହୋଇଥିବାରୁ ବ୍ରତ ଧରିଛନ୍ତି ବ୍ରତଧାରୀ । ଶ୍ରୀକ୍ଷେତ୍ରରେ ରହି ବ୍ରତ ପାଳନ କରିବେ ହବିଷ୍ୟାଳି । ବ୍ରତଧାରୀ ମାନେ ସକାଳୁ ସ୍ନାନ କରି ଚଉରା ମୂଳେ ସଂକଳ୍ପ ନେଇ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି । ଏକ ମାସ ଧରି ନିଷ୍ଠାର ସହ ମହାପ୍ରସାଦ ସେବନ କରି ଚଉରା ମୂଳେ ରାଇଦାମୋଦର ପୂଜା କରି ପାଳନ କରିବେ କାର୍ତ୍ତିକ ବ୍ରତ ।

କୋରୋନା କମିବା ପରେ କଟକଣା କୋହଳ ହୋଇଛି । ଦୁଇବର୍ଷ ପରେ ଶ୍ରୀକ୍ଷେତ୍ରରେ କଟକଣାମୁକ୍ତ ବ୍ରତ କରିଛନ୍ତି ହବିଷ୍ୟାଳି । କାର୍ତ୍ତିକ ମାସର ପ୍ରଥମ ଦିନ ହୋଇଥିବାକୁ ଶ୍ରୀମନ୍ଦିରେ ଶ୍ରଦ୍ଧାଳୁଙ୍କ ଭିଡ ମଧ୍ୟ ଲାଗିଥାଏ । କାର୍ତ୍ତିକ ବ୍ରତ ଆରମ୍ଭ ହୋଇଥିବାରୁ ଭୋରୁ ସ୍ନାନ ସାରି ବାଲୁକା ପୂଜା କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଳତୀ ଦର୍ଶନ କରି ବ୍ରତ ଧରିଛନ୍ତି ବ୍ରତଧାରୀ । ତୁଳସୀ ଚଉଁରା ମୂଳେ ରାଇଦାମୋଦରଙ୍କୁ ପୂଜା କରି ମାସକ ଯାକ ଆଧ୍ୟାତ୍ମିକ ଭାବରେ ବାନ୍ଧି ହୋଇ ରହିବେ ହବିଷ୍ୟାଳି । ସନ୍ଧ୍ୟାରେ ଆକାଶ ଦୀପ ଟାଣିବେ । କାର୍ତ୍ତିକ ମାହାତ୍ମ୍ୟ ପାଠ କରିବା ସହିତ ଭଜନ, ଭାଗବତ ପୁରାଣ ଓ ପ୍ରବଚନ ଶୁଣିବେ । ଦିନରେ ଥରେ ମହାପ୍ରସାଦ ସେବନ କରିବେ ।

କାର୍ତ୍ତିକ ମାସରେ ଗାଁ ଗଣ୍ଡାରେ ମଧ୍ୟରେ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ପର ଦିନଠୁ ଏହି ପବିତ୍ର ମାସ ଆରମ୍ଭ ହୁଏ । କାର୍ତ୍ତିକ ମାସ ଧର୍ମର ମାସ ହୋଇଥିବାରୁ ଅନେକ ଏହି ମାସକ ଯାଏ ଆମିଷ ଖାଇ ନଥାନ୍ତି । ଅନେକଙ୍କ ଘରେ ମଧ୍ୟ ଆମିଷ ପଶି ନଥିବା ଦେଖିବାକୁ ମିଳିଥାଏ । କାର୍ତ୍ତିକ ମାସ ଶେଷ ହେବାକୁ 5 ଦିନ ବାକି ଥାଏ ସେବେଠୁ ପଞ୍ଚୁକ ଆରମ୍ଭ ହୋଇଥାଏ । ଗାଁ ଗଣ୍ଡାରେ କାର୍ତ୍ତିକେୟଙ୍କୁ ପୂଜା କରିବା ସହ ରାହାସ ପୂଜା ହୋଇଥାଏ । ଝିଅମାନେ ବାଲୁକା ପୂଜିଥାନ୍ତି । ପୁର ପଲ୍ଲୀ ମହକି ଉଠିଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ଭସା ହୋଇଥାଏ ।

କାର୍ତ୍ତିକ ମାହାତ୍ମ୍ୟ...

କାର୍ତ୍ତିକ ଅର୍ଥାତ ଶଙ୍କର ଭଗବାନଙ୍କ ପୁଅ ସଡାନନ ତାଙ୍କ ନାମ ଅନୁସାରେ କାର୍ତ୍ତିକ ପୂର୍ଣ୍ଣମୀ ବା କୁମାର ପୂର୍ଣ୍ଣମା ହୋଇଛି । କୁମାର ପୂର୍ଣ୍ଣମା ଦିନ ସେ ଜନ୍ମ ହୋଇଥିଲେ । କୁମାର ହେଉଛି ତାଙ୍କ ଅନ୍ୟନାମ । ସେହିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ମାସ । ଏହି ଦିନୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଅପୂର୍ବ ରାଧାଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଏକାଦଶୀଠୁ ପଞ୍ଚୁକ ପାଞ୍ଚ ଦିନ ଯାଏ ମହାପ୍ରଭୁଙ୍କ ଭିନ୍ନ ଭିନ୍ନ ବେଶ ଯେପରି ତ୍ରିବିକ୍ରମ ଦେଶ, ବାଙ୍କଚୂଡ ବେଶ, ଲକ୍ଷ୍ମୀନାରାୟଣ ଆଦି ବେଶରେ ଦର୍ଶନ ଦେବେ ଶ୍ରୀଜିଉ ।

ଏହା ବି ପଢନ୍ତୁ...ଗଜଲକ୍ଷ୍ମୀ ରୂପରେ ଦର୍ଶନ ଦେଲେ ମା' ଶାରଳା, ଭାବବିହ୍ବଳ ଭକ୍ତ

ପୁରୀରେ ବ୍ରତଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ମଧ୍ୟ ହୋଇଛି । ଚଳିତ ବର୍ଷ ହବିଷ୍ୟାଆଳି ଯୋଜନାରେ ରାଜ୍ୟର 2,935 ଜଣ ନାମପଞ୍ଜିକରଣ କରଛନ୍ତି । ଆଜି ବୃନ୍ଦାବତୀ ନିବାସର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।

ABOUT THE AUTHOR

...view details