ଭୁବନେଶ୍ବର: ହୋଲି ପାଇଁ ରାଜଧାନୀରେ କଟକଣା ଜାରି କରିଛି କମନିଶନରେଟ ପୋଲିସ । ଘର ବାହାରେ ରଙ୍ଗ ଖେଳିବା ନିଷେଧ କରାଯାଇଛି । ଏଥିପାଇଁ ରାଜଧାନୀର ଛକ ଛକରେ ଜଗିବ ପୋଲିସ । ସ୍ଥିତି ଉପରେ ନଜର ରଖିବା ପାଇଁ ୨୦ ପିସିଆର ଭ୍ୟାନ ସହ ଷ୍ଟ୍ରାଇକ୍ ଫୋର୍ସ ମଧ୍ୟ ମୂତୟନ ହେବେ । ଏଥିସହ ରାଜଧାନୀରେ ୧୫ ପ୍ଲାଟୁନ ଫୋର୍ସ ମଧ୍ୟ ମୁତୟନ ହେବେ ।
ରାଜଧାନୀରେ ହୋଲି କଟକଣା, ଘର ବାହାରେ ରଙ୍ଗ ଖେଳିବା ମନା
ହୋଲି ପାଇ ରାଜଧାନୀରେ କଟକଣା ଜାରି କରିଛି କମନିଶନରେଟ ପୋଲିସ । ଅଧିକ ପଢନ୍ତୁ....
ରାଜଧାନୀରେ ହୋଲି କଟକଣା, ଘର ବାହାରେ ରଙ୍ଗ ଖେଳିବା ମନା
ସେହିପରି ଜଳାଶୟ ଘାଟରେ ମଧ୍ୟ ପୋଲିସ ଜଗିବେ । ତେବେ ଘର ଭିତରେ ରହି ହୋଲି ଖେଳିବାକୁ ଅନୁରୋଧ କରାଯାଇଛି। କେହି ନିୟମ ଉଲଙ୍ଘନ କଲେ ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ କାର୍ଯାନୁଷ୍ଠାନ ହେବ। ରାସ୍ତା ଉପରେ ପ୍ରୋସେସନ ଓ ଏକଜୁଟ ହୋଇ ରଙ୍ଗ ନ ଖେଳିବାକୁ ଭୁବନେଶ୍ୱର ଡିସିପି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ