ଓଡିଶା

odisha

ETV Bharat / city

କଳିଙ୍ଗ ଷ୍ଟାଡିୟମରେ ଖେଳିବାକୁ ଇଚ୍ଛା ଥିଲା, ଏବେ ତାହା ପୂରଣ ହେବ: ଦୀପଗ୍ରେସ ଏକ୍କା - ଦୀପଗ୍ରେସ ଏକ୍କା

କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି ଅଲମ୍ପିକ୍ସରେ ଅଂଶଗ୍ରହଣ ନିମନ୍ତେ ଶେଷ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ । ଆଉ ଏହି ମ୍ୟାଚ ଖେଳିବାକୁ ଆସିଥିବା ଓଡ଼ିଆ ଝିଅ ଦୀପଗ୍ରେସ ଏକ୍କା ଖୁସି ବ୍ୟକ୍ତ କରିଛନ୍ତି । କଳିଙ୍ଗ ଷ୍ଟାଡ଼ିୟମରେ ଖେଳିବାର ଆଶା ପୂରଣ ହେବାକୁ ଯାଉଥିବା କହିଛନ୍ତି ଦୀପଗ୍ରେସ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Oct 27, 2019, 4:43 AM IST

Updated : Oct 27, 2019, 11:24 AM IST

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଖେଳିବା ଏକ ପ୍ରକାର ଗୌରବର କଥା। ଆଉ ଓଡ଼ିଆ ଖେଳାଳି ହିସାବରେ ନିଜ ଘରୋଇ ମାଟିରେ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳିବାର ଇଚ୍ଛା ସମସ୍ତଙ୍କ ଥାଏ। ସେହିପରି ଭାରତୀୟ ମହିଳା ଦଳର ସଦସ୍ୟ ଥିବା ଓଡ଼ିଆ ଝିଅ ଦୀପଗ୍ରେସଙ୍କର ମଧ୍ୟ ଅନେକ ଦିନରୁ କଳିଙ୍ଗ ଷ୍ଟାଡିୟମରେ ଖେଳିବାକୁ ଇଚ୍ଛା ଥିଲା । ଆଉ ଯାହା ଏବେ ପୂରଣ ହେବାକୁ ଯାଉଛି । ଏଥିପାଇଁ ସେ ଭାରି ଖୁସି ଥିବା ପ୍ରକାଶ କରିଛନ୍ତି ।

କଳିଙ୍ଗ ଷ୍ଟାଡିୟମରେ ଖେଳିବାକୁ ଇଚ୍ଛା ଥିଲା, ଏବେ ତାହା ପୂରଣ ହେବ:ଦୀପଗ୍ରେସ ଏକ୍କା

ସୂଚନାଯୋଗ୍ୟ କି ଅଲମ୍ପିକରେ ଅଂଶଗ୍ରହଣ ନିମନ୍ତେ ଶେଷ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଆସନ୍ତା 1 ଓ 2 ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହା ପୂର୍ବରୁ ଭାରତୀୟ ମହିଳା ଦଳ ଏଠାରେ ଆସି ଜୋରଦାର ଅଭ୍ୟାସ ଆରମ୍ଭ କରିଛି । ଆମେରିକା ଭଳି ଏକ ଦୃଢ଼ ଟିମ୍ ବିପକ୍ଷରେ ବିଜୟ ହାସଲ କରି ଟୋକିଓ ଅଲମ୍ପିକରେ ଅଂଶଗ୍ରହଣ ପାଇଁ ଟିକେଟ ହାସଲ ନିମନ୍ତେ ପ୍ରତ୍ୟେହ ଦଳର ସଦସ୍ୟମାନେ କୋଚ୍ ଜୋର୍ଡ ମାରିଜେନଙ୍କ ତତ୍ବାବଧାନରେ ଅଭ୍ୟାସ ଜାରି ରଖିଛନ୍ତି ।

ଏଥିପାଇଁ ଦଳର ସମସ୍ତ ଖେଳାଳିଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଥିବାବେଳେ ସମସ୍ତେ କିପରି ପ୍ରତି ମ୍ୟାଚ ଅନୁସାରେ ବିଜୟ ହାସଲ କରିହେବ ସେ ନେଇ ରଣ କୌଶଳ ସହ କାର୍ଯ୍ୟ କରୁଥିବା କହିଛନ୍ତି । ସେହିଭଳି ବିପକ୍ଷ ଟିମ ଶକ୍ତିଶାଳୀ ହେଲେ ମଧ୍ୟ ସେଥିପ୍ରତି ଭୟ ନକରି ବିଜୟ ଲକ୍ଷ୍ୟରେ ଟିମ ଖେଳିବ ବୋଲି ଦୀପ ପ୍ରକାଶ କରିଛନ୍ତି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Oct 27, 2019, 11:24 AM IST

ABOUT THE AUTHOR

...view details