ଓଡିଶା

odisha

ETV Bharat / city

ସାଢେ ଚାରିକୋଟି ଓଡିଆଙ୍କ ପାଇଁ ଆଜିର ଦିନ ସ୍ମରଣୀୟ: BJP ରାଜ୍ୟ ସଭାପତି

ଆଜି ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଓଡିଶା ମାଟିର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ । ଆଜିର ଦିନଟି ସାଢେ ଚାରିକୋଟି ଓଡିଆଙ୍କ ପାଇଁ ଗର୍ବ ଗୌରବର ଦିବସ ବୋଲି କହିଲ BJP ରାଜ୍ୟ ସଭାପତି ସମୀର ମହାନ୍ତି । ଅଧିକ ପଢନ୍ତୁ

By

Published : Jul 25, 2022, 4:46 PM IST

ଆଜିର ଦିନ ଚିର ସ୍ମରଣୀୟ : ବିଜେପି ରାଜ୍ୟ ସଭାପତି
ଆଜିର ଦିନ ଚିର ସ୍ମରଣୀୟ : ବିଜେପି ରାଜ୍ୟ ସଭାପତି

ଭୁବନେଶ୍ବର: ଆଜି ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଓଡିଶା ମାଟିର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ । ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳା ଦେଶର ସର୍ବୋଚ୍ଚ ଆସନ ଅଳଙ୍କୃତ କରିଛନ୍ତି । ଏନେଇ ସାରା ଦେଶରେ ଉତ୍ସବ ପାଳନ କରାଯାଉଛି । ଏନଡିଏରୁ ପ୍ରାର୍ଥୀ ହୋଇଥିବା ଦ୍ରୌପଦୀଙ୍କ ପାଇଁ ବିଜେପି ମଧ୍ୟ ସେଲିବ୍ରେସନକୁ ଜୋରଦାର କରିଛି ।

ସାଢେ ଚାରିକୋଟି ଓଡିଆଙ୍କ ପାଇଁ ଆଜିର ଦିନ ସ୍ମରଣୀୟ: BJP ରାଜ୍ୟ ସଭାପତି

ରାଜ୍ୟ BJP କାର୍ଯ୍ୟାଳୟରେ କର୍ମୀଙ୍କ ଠାରୁ ଆରମ୍ଭ କରି ତୁଙ୍ଗନେତାମାନେ ଉତ୍ସବ ମନାଇଛନ୍ତି । ଆଦିବାସୀ ନୃତ୍ୟ, ଢୋଲ, ମୃଦଙ୍ଗ ଓ ଘଣ୍ଟା ବଜାଇବା ସହ ବାଣ ଫୁଟାଇ ଖୁସି ମନାଇଛନ୍ତି ବିଜେପି କର୍ମୀ । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ ଦଳର କର୍ମକର୍ତ୍ତାମାନେ ଦଳୀୟ କାର୍ଯ୍ୟାଳୟରେ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହକୁ ଟେଲିଭିଜନ ମାଧ୍ୟମରେ ଲାଇଭ ଦେଖିଥିଲେ ।

ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ସେ କହିଛନ୍ତି, "ଆଜିର ଦିନଟି ସାଢେ ଚାରିକୋଟି ଓଡିଆଙ୍କ ପାଇଁ ଗର୍ବ ଗୌରବର ଦିବସ । ଆମ ସମସ୍ତଙ୍କ ପାଇଁ ଚିର ସ୍ମରଣୀୟ ହୋଇ ରହିବ । ଜଣେ ଓଡିଆ ଆଦିବାସୀ ମହିଳା ଯିଏକି, ଉପାନ୍ତ ଅଞ୍ଚଳରୁ ଆସି ଦେଶର ରାଷ୍ଟ୍ରପତି ହେବା ନିଶ୍ଚିତ ଭାବେ ଗୌରବର କଥା । ଏ ହେଉଛି ଆମ ସମ୍ଭିଧାନ ଓ ଗଣତାନ୍ତ୍ରିକ ପ୍ରକ୍ରିୟାର ସଫଳତା । ଯାହା ଆଜି ସମସ୍ତ ଦେଶବାସୀଙ୍କୁ ଗୌରବାନ୍ନିତ କରିଛି ।

ଭୁବନେଶ୍ବର, ଇଟିଭି ଭାରତ

ABOUT THE AUTHOR

...view details