ଭୁବନେଶ୍ବର:ଅନାବୃଷ୍ଟି ଜନିତ ପରିସ୍ଥିତିର ମୁକାବିଲା ପାଇଁ ବିଭାଗୀୟ କ୍ଷେତ୍ର କର୍ମଚାରୀ ନିଜ ମୁଖ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ । ଚାଷୀଙ୍କ ସହ ଆଲୋଚନା କରିବା ସହ ଫସଲ ଦେଖିବେ । ତତ୍କାଳ ପରିସ୍ଥିତି ସମ୍ପର୍କରେ ଉଚ୍ଚ ସ୍ତରକୁ ତଥ୍ୟ ପ୍ରଦାନ କରିବେ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି କୃଷି ମନ୍ତ୍ରୀ ଡ଼ଃ ଅରୁଣ ସାହୁ । ଏହାସହ ଓଡିଶା କୃଷି ଓ ବୈଷୟିକ ବିଶ୍ବ ବିଦ୍ୟାଳୟର କୁଳପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ବୈଷୟିକ କମିଟି ଗଠନ କରାଯାଇଛି ।
ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ, ବର୍ତ୍ତମାନର ଅନାବୃଷ୍ଟିଜନିତ ପରିସ୍ଥିତିକୁ ଆଖି ଆଗରେ ରଖି ସମସ୍ତ ବିଭାଗୀୟ ଅଧିକାରୀ ନିଜ ମୁଖ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ । ଏହା ସଙ୍ଗେ ସଙ୍ଗେ କ୍ଷେତ୍ର ପରିଦର୍ଶନ କରି ବାସ୍ତବ ଚିତ୍ର ଅଧିକାରୀଙ୍କୁ ପ୍ରଦାନ କରିବେ । ପ୍ରସ୍ତୁତ ହୋଇଥିବା ଆପାଦକାଳୀନ ଯୋଜନାକୁ କିପରି ଭାବରେ ଅଧିକ କାର୍ଯ୍ୟୋପଯୋଗୀ କରାଯାଇପାରିବ ଏଥି ନିମନ୍ତେ ଓଡିଶା କୃଷି ଓ ବୈଷୟିକ ବିଶ୍ବ ବିଦ୍ୟାଳୟର କୁଳପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ବୈଷୟିକ କମିଟି ଗଠନ କରାଯାଇଛି ।