ଓଡିଶା

odisha

ETV Bharat / city

ଦେଶରେ ବିଛେଇ ହୋଇଛି ହେରୋଇନ: କାହିଁକି ଚୁପ ପ୍ରଧାନମନ୍ତ୍ରୀ ?

ଦେଶରେ ୧ ଲକ୍ଷ ୭୫ ହଜାର କୋଟି ଟଙ୍କାର ହେରୋଇନ ବଜାରରେ ଖେଳି ଯାଇଛି । ଏଥିରେ ତାଲିବାନର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ଅଦାନୀ ପୋର୍ଟକୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ...

By

Published : Oct 1, 2021, 4:03 PM IST

Updated : Oct 1, 2021, 4:10 PM IST

ଦେଶରେ ବିଛେଇ ହୋଇଛି ହେରୋଇ: ପ୍ରଧାନମନ୍ତ୍ରୀ ଚୁପ୍‌ କାହିଁକି, ପ୍ରଶ୍ନ କଲା କଂଗ୍ରେସ
ଦେଶରେ ବିଛେଇ ହୋଇଛି ହେରୋଇ: ପ୍ରଧାନମନ୍ତ୍ରୀ ଚୁପ୍‌ କାହିଁକି, ପ୍ରଶ୍ନ କଲା କଂଗ୍ରେସ

ଭୁବନେଶ୍ବର: ଦେଶର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ । ଦେଶରେ ୧ ଲକ୍ଷ ୭୫ ହଜାର କୋଟି ଟଙ୍କାର ହେରୋଇନ ବଜାରରେ ଖେଳି ଯାଇଛି । ୧୩ ସେପ୍ଟେମ୍ବର ୨୦୨୧ରେ ଅଦାନୀ ମୁଦ୍ରା ପୋର୍ଟରେ ୨୧ ହଜାର କୋଟି ଟଙ୍କାର ହେରୋଇନ ଧରାପଡିଥିଲା । ଆଫଗାନିସ୍ତାନରୁ ଇରାନ ଦେଇ ଭାରତ ଆସୁଥିଲା ଏହି ହେରୋଇନ ।

ଦେଶରେ ବିଛେଇ ହୋଇଛି ହେରୋଇନ: କାହିଁକି ଚୁପ୍‌ ପ୍ରଧାନମନ୍ତ୍ରୀ ?

ଏଥିରେ ତାଲିବାନର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ଏହି ଘଟଣାରେ ଧରା ପଡିଥିବା ସ୍ୱାମୀ-ସ୍ତ୍ରୀ ଦୁହେଁ ୪ ଲକ୍ଷ ଟଙ୍କା ନେଇ ଏହି କାରବାର କରୁଥିବା ଜଣାପଡିଛି । ଗୋଟିଏ କମ୍ପାନୀ ଏହି ଦୁଇଟି ଯାକ ହେରୋଇନ ପଠାଇଥିବା ସୂଚନା ମିଳୁଛି । ଏଥିରୁ ଜଣାପଡୁଛି ଦେଶର ଯୁବଶକ୍ତି ବିପଦରେ । ଏହି କାରବାର ପଛରେ ଥିବା ମୁଖ୍ୟ ଆସାମୀକୁ ଧରାଯିବା ଦରକାର । କାହିଁକି ଏହି ଘଟଣାରେ ମୁଁହ ଖୋଲୁ ନାହାଁନ୍ତି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ? ଅଦାନୀ ପୋର୍ଟକୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁବୋଧକାନ୍ତ ସହାୟ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Oct 1, 2021, 4:10 PM IST

ABOUT THE AUTHOR

...view details