ଭୁବନେଶ୍ବର: ପୁଅକୁ ନ୍ୟାୟ ମିଳିବା ନେଇ ବିଏମସିର ଦ୍ୱାରସ୍ଥ ହେଲେ ଅସହାୟ ମା' । ବିଏମସିରେ ପୁଅ ପାଇଁ ମା'ର ଆକୁଳ ନିବେଦନ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅରବିନ୍ଦ ନଗର ବସ୍ତିର ବାସନ୍ତୀ ନାୟକ ପୁଅ ରଞ୍ଜିତ ଚିକିତ୍ସା ପାଇଁ ମଙ୍ଗଳବାର ବିଏମସିର ଦ୍ୱାରସ୍ଥ ହୋଇଛନ୍ତି ।
ମା' ବାସନ୍ତୀର ନିବେଦନ ମୋ ପୁଅର କିମ୍ସ ମେଡ଼ିକାଲରେ ଭଲ ଚିକିତ୍ସା ପାଇଁ ବିଏମସି କମିଶନର ସହାୟତା କରନ୍ତୁ । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମା' ବାସନ୍ତୀ ବିଏମସିରେ ଦାବି କରିଛନ୍ତି । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ମଧ୍ୟ ବାସନ୍ତୀ ଏତଲା ଦେଇଛନ୍ତି ।