ଓଡିଶା

odisha

ETV Bharat / city

ଲଘୁଚାପ ପ୍ରଭାବ: ପ୍ରବଳ ବର୍ଷା ନେଇ ସତର୍କ ଘଣ୍ଟି - ପ୍ରବଳ ବର୍ଷା ନେଇ ସତର୍କ ଘଣ୍ଟି

ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଅଧିକ ଖବର ପଢନ୍ତୁ...

ଲଘୁଚାପ ପ୍ରଭାବ; ପ୍ରବଳ ବର୍ଷା ନେଇ ସତର୍କ ଘଣ୍ଟି
ଲଘୁଚାପ ପ୍ରଭାବ; ପ୍ରବଳ ବର୍ଷା ନେଇ ସତର୍କ ଘଣ୍ଟି

By

Published : Aug 13, 2020, 7:54 PM IST

ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ତିନି ଦିନ ଧରି ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗତ 24 ଘଣ୍ଟାରେ ଓଡିଶାର ମାଲକାନଗିରି ଜିଲ୍ଲାର ମାଥିଲି ଠାରେ ୧୮୪.୦ ମିମି ବର୍ଷା ରେକର୍ଡ ହୋଇଛି । ସେହିଭଳି ଜିଲ୍ଲାର ପଡିଆ ଠାରେ ୮୬.୨ ମିମି, ମାଲକାନଗିରି ଠାରେ ୭୫.୬ ମିମି, ସେହିପରି ରାୟଗଡା ଜିଲ୍ଲା କାଶୀପୁର ଠାରେ ଅତି ପ୍ରବଳ ବର୍ଷା ୧୨୨.୦ ମିମି , ଗୁଡାରି ପ୍ରବଳ ବର୍ଷା ୮୬.୦ ମିମି ରେକର୍ଡ ହୋଇଛି ।

କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଠାରେ ପ୍ରବଳ ବର୍ଷା ୧୦୯.୦ ମିମି, ପଟ୍ଟାମୁଣ୍ଡାଇ ୯୦.୦ ମିମି ଏବଂ କଟକ ଜିଲ୍ଲା ଆଠଗଡ଼ ଠାରେ ପ୍ରବଳ ବର୍ଷା ୭୬.୦ ମିମି ରେକର୍ଡ କରାଯାଇଛି। ମୌସୁମୀ ଟ୍ରପ ଲାଇନ ଆଜି ସମୁଦ୍ର ପତ୍ତନରେ ଫିରୋଜପୁରରୁ, ନରନୁଁଲ, ଗ୍ବାଲିୟର, ସତାନା, ଆମ୍ବିକାପୁର, ଚାଇବାସ ଦେଇ ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପରେ କେନ୍ଦ୍ର ଯାଏଁ ଲମ୍ବିଛି ।

ଲଘୁଚାପ ପ୍ରଭାବ; ପ୍ରବଳ ବର୍ଷା ନେଇ ସତର୍କ ଘଣ୍ଟି

ଏହା ସମୁଦ୍ର ପତ୍ତନ ଠାରୁ ୦.୯ କିମି ଯାଇ ବାୟୁ ମଣ୍ଡଳରେ ବ୍ୟାପିଛି । ଗତକାଲିର ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ସହ ଜଡିତ ଘୁର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳର ୭.୬ କିମି ଉଚ୍ଚତା ଯାଇଁ ବ୍ୟାପିଛି। ଏହି ଘୁର୍ଣ୍ଣିବଳୟ ଉତ୍ତର-ଦକ୍ଷିଣ ଟ୍ରପ ଲାଇନ ପ୍ରଭାବରେ ଆସନ୍ତାକାଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତାର ଆଖ ପାଖ ଅଞ୍ଚଳରେ ଗୋଟିଏ ଲଘୁଚାପ-କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

ଲଘୁଚାପ ପ୍ରଭାବ; ପ୍ରବଳ ବର୍ଷା ନେଇ ସତର୍କ ଘଣ୍ଟି

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଅନେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ବେଳେ, ମାଲକାନଗିରି, କୋରାପୁଟ, କଟକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଗଂଜାମ, ପୁରୀ, ଗଜପତି, ଜଗତସିଂହପୁର, ରାୟଗଡା, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ସମ୍ବଲପୁର, ଏବଂ ଦେବଗଡ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 14 ତାରିଖରେ ଓଡ଼ିଶାର ପ୍ରାୟ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ମାଲକାନଗିରି, ପୁରୀ, ଜଗତସିଂହପୁର, ସମ୍ବଲପୁର, ଦେବଗଡ, ଅନୁଗୋଳ ଏବଂ ବଲାଙ୍ଗୀର ଜିଲ୍ଲାରେ ଅତି ପ୍ରବଳ ବର୍ଷାର ସମ୍ଭାବନା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ଗଞ୍ଜାମ, କୋରାପୁଟ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ସୋନପୁର, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଏବଂ ବରଗଡ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। 15 ତାରିଖରେ ଓଡ଼ିଶାର ପ୍ରାୟ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ନୂଆପଡା, ବରଗଡ, କଳାହାଣ୍ଡି, ସମ୍ବଲପୁର, ନବରଙ୍ଗପୁର, ଦେବଗଡ, ବଲାଙ୍ଗୀର, ସୋନପୁର, ଅନୁଗୋଳରେ ଅତି ପ୍ରବଳ ବର୍ଷାର ସମ୍ଭାବନା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଲଘୁଚାପ ପ୍ରଭାବ; ପ୍ରବଳ ବର୍ଷା ନେଇ ସତର୍କ ଘଣ୍ଟି

କଟକ , କେନ୍ଦୁଝର, ଝାରସୁଗୁଡା, କନ୍ଧମାଳ, ଏବଂ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 16 ତାରିଖରୁ ବର୍ଷାର ପରିମାଣ କମିବାର ସମ୍ଭାବନା ଥିବା ବେଳେ 17 ତାରିଖ ପରଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଏବଂ ସକ୍ରିୟ ମୌସୁମୀ ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଓଡିଶା ଉପକୂଳରେ 14 ଏବଂ15 ତାରିଖରେ ପବନର ବେଗ ଘଣ୍ଟା ପ୍ରତି 40 ରୁ 50 କିମି ରହିବାର ସମ୍ଭାବନା ଥିବାରୁ ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details