ଓଡିଶା

odisha

ଲଘୁଚାପ ସୃଷ୍ଟି; ଲଗାଣ ବର୍ଷାରେ ଭିଜିବ ଓଡିଶା, 26ରୁ ପୁଣି ଛେଚିବ

By

Published : Sep 21, 2021, 4:04 PM IST

Updated : Sep 21, 2021, 4:31 PM IST

ଲଘୁଚାପ କାରଣରୁ ଆସନ୍ତା 24 ଯାଏଁ ହେବ ଲଗାଣ ବର୍ଷା । ଏନେଇ ଆଞ୍ଚଳିକ ପାଣପାଗ ବିଭାଗ ପକ୍ଷରୁ ଦିଆଯାଇଛି ସୂଚନା । ଅଧିକ ପଢନ୍ତୁ...

ଲଘୁଚାପ ସୃଷ୍ଟି; ଲଗାଣ ବର୍ଷାରେ ଭିଜିବ ଓଡିଶା, 26ରୁ ଛେଚିବ
ଲଘୁଚାପ ସୃଷ୍ଟି; ଲଗାଣ ବର୍ଷାରେ ଭିଜିବ ଓଡିଶା, 26ରୁ ଛେଚିବ

ନୂଆଦିଲ୍ଲୀ: ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକାରେ ଘୁର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଲଘୁଚାପ କାରଣରୁ ଆସନ୍ତା 24 ଯାଏଁ ହେବ ଲଗାଣ ବର୍ଷା । ଏନେଇ ଆଞ୍ଚଳିକ ପାଣପାଗ ବିଭାଗ ପକ୍ଷରୁ ଦିଆଯାଇଛି ସୂଚନା ।

ପ୍ରବଳ ବର୍ଷା ଆଶଙ୍କାରେ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଢେଙ୍କାନାଳ, କେନ୍ଦୁଝର, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବରରେ ହୋଇପାରେ ବର୍ଷା । ସେପଟେ ଭଦ୍ରକରେ ମଧ୍ୟ ପ୍ରବଳ ବର୍ଷା ହେଉଛି । ବୁଧବାରଠାରୁ ବଲାଙ୍ଗୀର, ସୁବର୍ଣ୍ଣପୁର, ଦେବଗଡ, ସୁନ୍ଦରଗଡରେ, ଅନୁଗୋଳ, ବରଗଡ, କଳାହାଣ୍ଡିରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପକ୍ଷେ 25ରୁ ସୃଷ୍ଟି ହେବ ଆଉ ଏକ ଘୁର୍ଣ୍ଣିବଳୟ ।

25 ସେପ୍ଟେମ୍ବରରେ ପୂର୍ବ-କେନ୍ଦ୍ରୀୟ ଓ ତତସଂଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଏକ ଘୁର୍ଣ୍ଣିବଳୟ । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଯିବା ପରେ ପରବର୍ତ୍ତୀ 48 ଘଣ୍ଟା ମଧ୍ୟରେ ଓଡିଶା ଉପକୂଳରେ ପହଁଞ୍ଚିବ । ଏହା ପ୍ରଭାବରେ ରାଜ୍ୟରେ 26 ସେପ୍ଟେମ୍ବରରୁ ପ୍ରବଳ ବର୍ଷା ଆଶଙ୍କା କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Sep 21, 2021, 4:31 PM IST

ABOUT THE AUTHOR

...view details