ଓଡିଶା

odisha

ETV Bharat / city

ଆସୁଛି ଆଉ ଏକ ଲଘୁଚାପ, ଅକ୍ଟୋବର ୧୫ରୁ ପୁଣି ବର୍ଷା

ଉତ୍ତର ଆଣ୍ଡାମାନ ସାଗର ଉପରେ ଥିବା ଘୁର୍ଣ୍ଣିବଳୟ କ୍ରମାଗତ ଭାବେ ସ୍ଥିର ହୋଇ ରହିଛି । ଫଳରେ ଲଘୁଚାପ କ୍ଷେତ୍ରରେ ସୃଷ୍ଟି ହେବାରେ ବିଳମ୍ବ ହେଉଛି । ଅକ୍ଟୋବର ୧୩ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହି ଘୁର୍ଣ୍ଣିବଳୟ ପ୍ରଭାଵରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଅଧିକ ପଢ଼ନ୍ତୁ...

By

Published : Oct 11, 2021, 4:04 PM IST

heavy rainfall expected from october 15 due to low pressure in andaman
ଆସୁଛି ଆଉ ଏକ ଲଘୁଚାପ, ଅକ୍ଟୋବର ୧୫ରୁ ପୁଣି ବର୍ଷା

ଭୁବନେଶ୍ବର:ଉତ୍ତର ଆଣ୍ଡାମାନ ସାଗର ଉପରେ ଥିବା ଘୁର୍ଣ୍ଣିବଳୟ କ୍ରମାଗତ ଭାବେ ସ୍ଥିର ହୋଇ ରହିଛି, ଫଳରେ ଲଘୁଚାପ କ୍ଷେତ୍ରରେ ସୃଷ୍ଟି ହେବାରେ ବିଳମ୍ବ ହେଉଛି । ଅକ୍ଟୋବର ୧୩ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହି ଘୁର୍ଣ୍ଣିବଳୟ ପ୍ରଭାଵରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭବନା ରହିଛି । ପରବର୍ତ୍ତୀ ସମୟରେ ଏହା ପଶ୍ଚିମ ଓ ପଶ୍ଚିମ-ଉତ୍ତର ଦିଗରେ ଗତି କରିବ । ଅକ୍ଟୋବର ୧୫ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ଲଘୁଚାପ ରୂପ ନେଇ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବା ସମ୍ଭାବନା ରହିଛି ।

ଆସୁଛି ଆଉ ଏକ ଲଘୁଚାପ, ଅକ୍ଟୋବର ୧୫ରୁ ପୁଣି ବର୍ଷା
ଏହାର ପ୍ରଭାବରେ ଅକ୍ଟୋବର 15 ତାରିଖ ପରଠୁ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷାର ପରିମାଣ ବୃଦ୍ଧି ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ବର୍ତ୍ତମାନ ଆକଳନ ପରିସର ବାହାରେ ଥିବାରୁ ସଠିକ ଆକଳନ କରିବା ସମ୍ଭବପର ହେଉନାହିଁ । ଲଘୁଚାପ ସୃଷ୍ଟି ହେବାର ପରେ ହିଁ କିଭଳି ଏହାର ରୂପରେଖ ରହିବ ତାହା ସ୍ପଷ୍ଟ ହେବ ।

ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର ବରଗଡ଼, ବଲାଙ୍ଗୀର, ସୋନପୁର, ଓ ନୂଆପଡ଼ା ସହ ଅନୁଗୋଳ, ବୌଦ୍ଧର ଅଧିକାଂଶ ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ମୌସୁମୀ ଫେରିଯାଇଛି । ଆଜିଠାରୁ ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ ଓ କଳାହାଣ୍ଡି ସହ ମଧ୍ୟ ଓଡ଼ିଶାର କେତେକ ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଫେରିବାର ସମ୍ଭାବନା ରହିଛି । ଏହାକୁ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ପୁରୀ, ଜଗତସିଂହପୁର, କଟକ, ଭଦ୍ରକରେ ଗତ ୨୪ ଘଣ୍ଟା ମଧ୍ୟରେ ସ୍ବଳ୍ପ ବର୍ଷା ହୋଇଛି । ଗୋପରେ ସର୍ବାଧିକ ୧୪.୦୨ ମିମି ବର୍ଷା ରେକର୍ଡ କରାଯାଇଛି ।


ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିିଭି ଭାରତ

ABOUT THE AUTHOR

...view details