ଓଡିଶା

odisha

Odisha Weather: ରାଜ୍ୟରେ ଆଉ ୨ଦିନ ଯାଏଁ ବର୍ଷା, ୧୦ ଜିଲ୍ଲାରେ ପ୍ରବଳ ବର୍ଷିବ

By

Published : Sep 10, 2022, 5:43 PM IST

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ରାଜ୍ୟରେ ଆହୁରି ୨ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିଲାଗି ୧୬ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଅଧିକ ପଢନ୍ତୁ

Odisha Weather: ରାଜ୍ୟରେ ଆଉ ୨ଦିନ ଯାଏଁ ବର୍ଷା, ୧୦ ଜିଲ୍ଲାରେ ପ୍ରବଳ ବର୍ଷିବ
Odisha Weather: ରାଜ୍ୟରେ ଆଉ ୨ଦିନ ଯାଏଁ ବର୍ଷା, ୧୦ Odisha Weather: ରାଜ୍ୟରେ ଆଉ ୨ଦିନ ଯାଏଁ ବର୍ଷା, ୧୦ ଜିଲ୍ଲାରେ ପ୍ରବଳ ବର୍ଷିବଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘନୀଭୂତ ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବା ସହିତ ୧୦ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Odisha Weather: ରାଜ୍ୟରେ ଆଉ ୨ଦିନ ଯାଏଁ ବର୍ଷା, ୧୦ ଜିଲ୍ଲାରେ ପ୍ରବଳ ବର୍ଷିବ

ଗତ ୨୪ ଘଣ୍ଟାର ପାଣିପାଗର ସୂଚନ ଅନୂସାରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି । ପଶ୍ଚିମ-କେନ୍ଦ୍ରୀୟ ପାଶ୍ବବର୍ତୀ, ଉତ୍ତର ପଶ୍ଚିମ ତଥା ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାର ସମୁଦ୍ର ପତନ ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଏହାସହ ଜଡିତ ଘୂର୍ଣ୍ଣିବଳୟର ମଧ୍ୟ ପ୍ରଭାବ ରହିଛି । ତେଣୁ ଏହି ସବୁ ଅଞ୍ଚଳରେ ଲଘୁଚାପଟି ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଅନ୍ୟପଟେ ମୌସୁମୀ ଜନିତ ନିମ୍ନ ଚାପରେଖା ମଧ୍ୟ ବାୟୁମଣ୍ଡଳରେ ରହୁଛି ।

ଏହି ସବୁ ପାଣିପାଗର ନିୟାମକକୁ ନେଇ ରାଜ୍ୟରେ ୨ଦିନ ପର୍ଯ୍ୟନ୍ତ ବିସ୍ତୃତି ବର୍ଷା ରହିବ । ଅନେକ ସ୍ଥାନରେ ହଳୁକାରୁ ମଧ୍ୟମ ଧରଣର ବର୍ଷାରହିବ । ୧୦ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାର ପ୍ରଭାବରେ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ, ତଳିଆ ଅଞ୍ଚଳରେ ପାଣି ଜମିବା ଓ ସହରର ପାଣି ଜମିବାର ସମ୍ଭାବନା ରହିଛି । ଏହାସହ ଚାଷୀମାନଙ୍କୁ ଅମଳ ଶସ୍ୟକୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ କୁହାଯାଇଛି।

ଏହା ବି ପଢନ୍ତୁ- Digital Dialogue: ପ୍ରତ୍ୟେକ ବ୍ଲକରେ ଗୁଣବତ୍ତା ଶିକ୍ଷା ଓ ସ୍ୱାସ୍ଥ୍ୟ ପହଞ୍ଚାଇବ ଆପ୍

ଅନ୍ୟପଟେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ରହିଥିବାବେଳେ, ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି । ସମୁଦ୍ର ଭିତରେ ଘଣ୍ଟା ପ୍ରତି ୪୫ରୁ ୫୫ କିମି ପର୍ଯ୍ୟନ୍ତ ଝଡ ସହ ପବନ ବହିବାର ଆଶଙ୍କା ରହିଛି । ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ଆଜି ଠାରୁ ୧୨ ତାରିଖ ଯାଏଁ ସମୁଦ୍ର ଭିତରକୁ ନଯିବା ପାଇଁ ବାରଣ କରାଯାଇଛି । ସେହିପରି ଆଭ୍ୟନ୍ତରୀଣ ଓଡି଼ଶାକୁ ଯେତେବେଳେ ଲଘୁଚାପଟି ଗତି କରିବ ସେତେବେଳେ ଲଘୁଚାପର ପ୍ରଭାବ କମ ରହିବ ।

ତଥାପି ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ସହ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଦୁଇ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ରହିଥିବାବେଳେ, ୧୩ ତାରିଖବେଳକୁ ପାଗରେ ସାମାନ୍ୟ ସୁଧାର ଆସିବ ବୋଲି କହିଛି ପାଣିପାଗ ବିଭାଗ । ସେପଟେ ରାଜ୍ୟରେ ବର୍ଷା ଜାରି ରହିଥିବାବେଳେ, ଗଜପତିରେ ମହେନ୍ଦ୍ରପଡ଼ାରେ ସର୍ବାଧିକ ୧୧୭ .୪ ମିମି ବର୍ଷ ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details