ଓଡିଶା

odisha

ETV Bharat / city

ଘୂର୍ଣ୍ଣିବଳୟ ପ୍ରଭାବ: ଆହୁରି 24 ଘଣ୍ଟା ବେହାଲ କରିବ ବର୍ଷା

ସାରା ରାଜ୍ୟରେ ଏବେ ଲାଗି ରହିଛି ବର୍ଷା । ଆଗକୁ ଆହୁରି ବର୍ଷିବ ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

By

Published : Sep 25, 2019, 12:05 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ଭୁବନେଶ୍ବର: ଗତ 24 ଘଣ୍ଟା ଧରି ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା । ସବୁଠୁ ଅଧିକ ବର୍ଷା ରାଜଧାନୀରେ ରେକର୍ଡ କରାଯାଇଛି । 126 ମିମି ବର୍ଷା ଭୁବନେଶ୍ବରରେ ରେକର୍ଡ କରାଯାଇଥିବାବେଳେ କଟକରେ 107 ମିମି ବର୍ଷା ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ଏହି କ୍ରମରେ ବାଲେଶ୍ବରରେ 103.6 ମିମି ବର୍ଷା ସହ ଗୋପାଳପୁରରେ 90.6 ମିମି ବର୍ଷା ହୋଇଥିବାର ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ବର୍ତ୍ତମାନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ଆକାଶ ମେଘାଚ୍ଛନ୍ନ ରହିବ ।

ତେବେ ଆଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ସେହିପରି ନୟାଗଡ଼,ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଓ କନ୍ଧମାଳରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ତେବେ ଆସନ୍ତା କାଲିଠାରୁ ବର୍ଷାର ପରିମାଣ କମିବ ବୋଲି ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details