ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ଅଛି ପଶ୍ଚିମା ଝଡ଼। ଏହାର ପ୍ରଭାବରେ 9 ତାରିଖରୁ ବର୍ଷା ଆରମ୍ଭ ହେବ। ଯାହା ଫଳରେ ବୁଧବାର ସକାଳ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ନୟାଗଡ଼, ଅନୁଗୁଳ, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାରେ ଘନକୁହୁଡ଼ି ଦେଖାଯିବ। ଏହାକୁ ଦୃଷ୍ଟିରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କେତେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା 9 ତାରିଖ ଓ 10ରେ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ବର୍ଷା, ବଜ୍ରପାତ ଓ କୁଆପଥର ବୃଷ୍ଟି ହୋଇପାରେ। ତେବେ ଆସନ୍ତା 11 ତାରିଖରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଝଡ଼ ସହ ସାମାନ୍ୟ ଧରଣର ବର୍ଷା ହେବ। ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।