ଭୁବନେଶ୍ବର: ପୁଣି ଫେରିଲା ଖରା । ରାଜଧାନୀ ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ସହ ତତଲା ସହର। ଭୁବନେଶ୍ବରରେ ସର୍ବାଧିକ ୩୮.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟର ପ୍ରାୟ ସବୁ ସ୍ଥାନରେ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହିଛି। ଆଗକୁ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ଫେରିଲା ଖରା, ପୁଣି ଭୁବନେଶ୍ୱର ତତଲା ସହର
ପୁଣି ଫେରିଲା ଖରା । ରାଜଧାନୀ ଆଜିର ତତଲା ସହର । ଅଧିକ ପଢନ୍ତୁ...
ଆସନ୍ତା ୨୪ ଘଣ୍ଟା, ଗୁରୁବାର ମଧ୍ୟରେ ବରଗଡ଼,ଝାରସୁଗୁଡା ଓ ସୁନ୍ଦରଗଡ଼ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ଅବଶିଷ୍ଟ ଜିଲ୍ଲା ଗୁଡିକରେ ପାଗ ଶୁଖିଲା ରହିବ। ୧୮ ଓ ୧୯ ତାରିଖରେ ପାଗ ଶୁଖିଲା ରହିବ। ୨୦ ତାରିଖରେ ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ପ୍ରାୟ ଅଧିକାଂଶ ଜିଲ୍ଲାରେ ଦିନ ତାପମାତ୍ରା ବୃଦ୍ଧି ପାଇଛି। ଭୁବନେଶ୍ବରରେ ସର୍ବାଧିକ ୩୯.୩ଡିଗ୍ରୀ,କଟକରେ ୩୮.୨,ବାରିପଦାରେ ୩୮.୦,ମାଲକାନଗିରିରେ ୩୮.୫,ବଲାଙ୍ଗୀର ରେ ୩୮.୭ ଓ ତାଳଚେରରେ ୩୮.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୫.୫ ଡିଗ୍ରୀ ରେକର୍ଡ କରାଯାଇଛି।
ଭୁବନେଶ୍ବରରୁ ସଞ୍ଜୀବ ରାୟ ,ଇଟିଭି ଭାରତ