ଭୁବନେଶ୍ବର: କୋଭିଡର ଅନୁରୂପ ନିୟମ ଆମକୁ ମାନିବାକୁ ହେବ । ଏହାଛଡ଼ା ସେଠାରେ ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ହିଁ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଏବେ ସେଠାରେ ବୁଷ୍ଟର ଡୋଜ ପାଇଁ ପ୍ଲାନ କରୁଛନ୍ତି ସରକାର ।
ଇସ୍ରାଏଲ ସମେତ କିଛି ଦେଶରେ ବୁଷ୍ଟର ଡୋଜ ଦେବା ଆରମ୍ଭ କଲେଣି । ସେସବୁ ଦେଶରେ ଡେଲଟା ଭାଇରସର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଆମ ଦେଶରେ ଡେଲଟା ଦ୍ବାରା ଅନେକ ଲୋକ ସଂକ୍ରମିତ ହୋଇଥିବା ନେଇ ସୂଚନା ମିଳିଛି । ୭୦ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି । ତେବେ ଆଗାମୀ 3-4 ମାସ ମଧ୍ୟରେ ଆମେ ହାର୍ଡ ଇମ୍ୟୁନିଟି ଆଡକୁ ଯାଉ । ଚଳିତ ମାସରେ ଆମର ଟୀକାକରଣ ଅଭିଯାନ ତ୍ବାରାନ୍ବିତ ହେବ। ଏବେ ଦେଶରେ ସଂକ୍ରମଣ ସଂଖ୍ୟା ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି ।