ଭୁବନେଶ୍ବର: କୋରୋନା ପାଇଁ ସେପ୍ଟେମ୍ବରରେ ଜାରି ହୋଇଥିବା ଗାଇଡଲାଇନରେ କଟକଣା କୋହଳ ହୋଇଛି । ସପ୍ତାହନ୍ତ ସଟଡାଉନ ଉଠିଛି । ବରଯାତ୍ରୀଙ୍କୁ ଅନୁମତି ମିଳିଛି । ଆଗକୁ ତୃତୀୟ ଲହର ଆଶଙ୍କା ରହିଛି । କଟକଣା କୋହଳ ହେଲେ ମଧ୍ୟ ବିପଦ ଟଳିନାହିଁ । ଆଗକୁ ଅଧିକ ସତର୍କ ରହିବାକୁ ପଡିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
କଟକଣା ଯାଇଛି ହେଲେ କୋରୋନା ଯାଇନାହିଁ । ଟିକେ ବି ହେୟଜ୍ଞାନ ମହଙ୍ଗା ପଡିପାରେ । ତୃତୀୟ ଲହରରେ ଶିଶୁମାନଙ୍କ ପାଇଁ ବିପଦ ସୃଷ୍ଟି କରିପାରେ । ବଜାରରେ ବୁଲିଲେ ସତର୍କତା ଅବଲମ୍ବନ କରିବାକୁ ପଡିବ । ଟିକିଏ ଅସାବଧାନତା ଶିଶୁଙ୍କୁ ସଂକ୍ରମିତ କରିପାରେ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।