ଭୁବନେଶ୍ବର: କୋରୋନା ଭାଇରସ୍ ଏବେ ସାରା ବିଶ୍ବରେ ନିଜ ଭୟାନକ ରୂପ ଦେଖାଇବାରେ ଲାଗିଛି । ଚୀନରୁ ଆରମ୍ଭ ହୋଇ ଅନେକ ରାଷ୍ଟ୍ରରେ କାୟା ବିସ୍ତାର କରିବାରେ ଲାଗିଲାଣି ଏହି ବିକଟ ଭାଇରସ । କୋରୋନା ଭାଇରସକୁ ନେଇ ଦେଶରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ତେବେ ଏନେଇ ଓଡିଶାବାସୀଙ୍କୁ ଆଶ୍ବସ୍ତି ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ । ଏକ ଭିଡିଓ କନଫରେନ୍ସ ମାଧ୍ୟମରେ କେନ୍ଦ୍ର ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
ପ୍ରେସ୍ମିଟରେ କୁହାଯାଇଛି ଯେ କୋରୋନା ଭାଇରସ୍ ନେଇ ଆତଙ୍କିତ ହେବାର ନାହିଁ, ମାଲେସିଆରୁ ଆସୁଥିବା ଯାତ୍ରୀଙ୍କ ପରୀକ୍ଷା କରାଯାଉଛି । ୪ଟି ମେଡିକାଲରେ ଚିକିତ୍ସା ପାଇଁ ବ୍ୟବସ୍ଥା ହୋଇଛି । ଭାଇରସ୍ ନେଇ ଗୋଟିଏ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ନେପାଳ ସୀମାରେ ଥିବା ରାଜ୍ୟଗୁଡ଼ିକରେ ନଜର ରଖାଯାଇଛି । ଭାରତ ଜାରି କରିଥିବା ସ୍କ୍ରିନିଂ ବିମାନବନ୍ଦରରେ ଭୁବନେଶ୍ବର ନଥିଲା । ଆମେ ଆଜି ଅନୁରୋଧ କରିବା ପରେ ଏହାକୁ ତାଲିକାଭୁକ୍ତ କରାଯାଇଛି।