ଭୁବନେଶ୍ବର: କୋରୋନା କାଳରେ ବିଏମସିରେ ହେଲଥ କ୍ୟାମ୍ପ। କୋରୋନା ଘଡିସନ୍ଧି ମୁହୂର୍ତ୍ତରେ ଅହରହ କାର୍ଯ୍ୟରତ ବିଏମସିର ଅଧିକାରୀ ଓ କର୍ମଚାରୀ ମାନଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି ସ୍ବାସ୍ଥ୍ୟ ଶିବିର । ଆମ୍ରି ହସ୍ପିଟାଲ ସହଯୋଗରେ ବିଏମସିରେ କର୍ଯ୍ୟରତ ତିନୋଟି ଜୋନ ଓ ବିଏମସି ହେଡ ଅଫିସର ପ୍ରାୟ ୧୦୫ ଜଣ କର୍ମଚାରୀ ଓ ଅଧିକାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତେବେ ସେମାନଙ୍କର ଡାଇବେଟିସ,ରକ୍ତଚାପ, ଇସିଜି, ଚକ୍ଷୁ ପରୀକ୍ଷା ଭଳି ବିଭିନ୍ନ ପରୀକ୍ଷା କରାଯାଇଛି।
କର୍ମଚାରୀଙ୍କ ପାଇଁ ବିଏମସି ଆରମ୍ଭ କଲା ସ୍ବାସ୍ଥ୍ୟ ଶିବିର
କୋରୋନା କାଳରେ ବିଏମସିରେ ହେଲଥ କ୍ୟାମ୍ପ। କୋରୋନା ଘଡିସନ୍ଧି ମୁହୂର୍ତ୍ତରେ ଅହରହ କାର୍ଯ୍ୟରତ ବିଏମସିର ଅଧିକାରୀ ଓ କର୍ମଚାରୀ ମାନଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି ସ୍ବାସ୍ଥ୍ୟ ଶିବିର । ଅଧିକ ପଢନ୍ତୁ...
କୋରୋନା କାଳରେ ବିଏମସିରେ ଆରମ୍ଭ ହେଲା ସ୍ବାସ୍ଥ୍ୟ ଶିବିର
କୋଭିଡ-୧୯ ପରିପ୍ରେକ୍ଷୀରେ ସବୁ ବର୍ଗର କର୍ମଚାରୀମାନେ ନିଜ ସ୍ବାସ୍ଥ୍ୟବସ୍ଥା ନିଜେ କିପରି ଜାଣିପାରିବେ, ସେନେଇ ସେମାନଙ୍କୁ ସଚେତନ କରାଯାଇଥିଲା । ବିଏମସି ହେଡ ଅଫିସରେ ଅନୁଷ୍ଠିତ ଏହି ସ୍ବାସ୍ଥ୍ୟ ଶିବିରରେ ବିଏମସିର ଇଞ୍ଜିନିୟର, ମାର୍କେଟ ଷ୍ଟାଫ, କିରାଣୀ,ମାଳି ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ