ଓଡିଶା

odisha

ETV Bharat / city

ବାକ-ଶୃତି ବାଧିତ ଅସମର୍ଥ ସୁଶ୍ରୀ, ଲୋଡା ସରକାରୀ ସହାୟତା - ସୁଶ୍ରୀ

ଜନ୍ମରୁ କହିବା ଓ ଶୁଣିବା ଶକ୍ତି ହରାଇଛି ଚାରି ବର୍ଷର ସୁଶ୍ରୀ । ସରକାରୀ ସହୟତା ଅପେକ୍ଷାରେ ସୁଶ୍ରୀ ଅର୍ଚ୍ଚିତା । ଅଧିକ ପଢନ୍ତୁ...

ସରକାରୀ ସହାୟତା ଅପେକ୍ଷାରେ ସୁଶ୍ରୀ
ସରକାରୀ ସହାୟତା ଅପେକ୍ଷାରେ ସୁଶ୍ରୀ

By

Published : May 13, 2021, 11:03 PM IST

Updated : May 14, 2021, 6:20 AM IST

ଭୁବନେଶ୍ବର: ଭଗବାନଙ୍କର ସୃଷ୍ଟି ବଡ଼ ବିଚିତ୍ର । କାହାକୁ ଖୁସି ଅଜାଡି ଦିଅନ୍ତି ତ କାହାକୁ ଦୁଃଖ । ଆମେ ଆପଣଙ୍କୁ କହୁଛୁ ଚାରିବର୍ଷର ଝିଅ ସୁଶ୍ରୀ ଅର୍ଚ୍ଚିତା କଥା । ଯିଏ ଜନ୍ମରୁ କହିବା ଓ ଶୁଣିବା ଶକ୍ତି ହରାଇଛି । କଅଁଳ ବୟସ ଆଗରେ ନିଷ୍ଠୁର ସାଜିଛି ସମୟ । ଯେଉଁ ସମୟରେ ସାଙ୍ଗମାନଙ୍କ ସହିତ ଖେଳିବା କଥା ସେ ଚୁପଚାପ ଘରେ ବିସିଛି । କାହିଁକି ନାଁ ତା ଚିକିତ୍ସାରେ ଅର୍ଥ ସାଜିଛି ବାଧକ ।

ସରକାରୀ ସହାୟତା ଅପେକ୍ଷାରେ ସୁଶ୍ରୀ

ପିପିଲି ବ୍ଲକ ବଳଙ୍ଗା ପେରହଳ ପାଟଣାରେ ଅର୍ଚ୍ଚିତାର ଘର । ୨ବର୍ଷର ବୟସରେ ଅର୍ଚ୍ଚିତା କଥା କହିବା ଓ ଶୁଣିବାକୁ ସକ୍ଷମ ନୁହେଁ ବୋଲି ପରିବାର ଲୋକେ ଜାଣିବାକୁ ପାଇଥିଲେ । ଝିଅର ଚିକିତ୍ସା ପାଇଁ ରାଜଧାନୀକୁ ଚାଲି ଆସିଛନ୍ତି ଉଭୟ ମା ଓ ବାପା । ବାପା ପ୍ରଦୀପ୍ତ କୁମାର ବେହେରା ରୋଗରେ ପୀଡ଼ିତ ହୋଇ ଘରେ ରହିଛନ୍ତି । ମା ବନ୍ଦନା ବେହେରା ଘରେ ଘରେ ବାସନ ମାଜି କିଛି ଅର୍ଥ ରୋଜଗାର କରନ୍ତି । ସେଇଥିରେ ପରିବାର ଚଳେ । ଝିଅର ଏପରି ଅବସ୍ଥା ଦେଖି ଘରଲୋକ ପ୍ରଥରେ ତାକୁ କଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଦେଖାଇ ଥିଲେ । ଡାକ୍ତର ଶୁଣିବା ପାଇଁ ଏକ ମେସିନର ଆବଶ୍ୟକ ଅଛି ବୋଲି କହିଥିଲେ । ମେସିନ ପାଇଁ ଡାକ୍ତର ୮୦ହଜାର ଟଙ୍କା ମାଗିଥିଲେ । ପରିବାର ଲୋକମାନେ କିସ୍ତିରେ ଶୁଝିବେ ବୋଲି କହିବା ପରେ ସେ ମେସିନ ଦେଇଥିଲେ । ମାତ୍ର ଦେବାର ୨ଦିନ ପରେ ଡାକ୍ତର ଜଣକ ଉକ୍ତ ମେସିନକୁ ଫେରସ୍ତ ନେଇ ଯାଇଥିଲେ । ଏହା ପରେ କ୍ୟାପିଟାଲ ହସ୍ପିଟାଲକୁ ଦେଖାଇବା ପାଇଁ ସୁଶ୍ରୀକୁ ନେଇ ଆସିଥିଲେ ତାର ମାଆ ବନ୍ଦନା । ଡାକ୍ତରଙ୍କ ସହ ଏ ବିଷୟରେ କଥା ହେବା ପରେ ବାହାର ବେସରକାରୀ ଡାକ୍ତରଖାନାରୁ ଭଲ ଶ୍ରବଣ ଯନ୍ତ୍ର କିଣିଲେ ସୁଶ୍ରୀ ଶୁଣିପାରିବ ବୋଲି କହିଥିଲେ ଡାକ୍ତର । ଯନ୍ତ୍ରଟିର ଦାମ ୧ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ । ଯାହାକୁ କିଣିବାକୁ ସୁଶ୍ରୀର ଘରଲୋଙ୍କର ସମର୍ଥ ନାହିଁ । ସୁଶ୍ରୀଙ୍କ ଚିକିତ୍ସା ପାଇଁ ଏବେ କେବଳ ସହାୟତର ଆବଶ୍ୟକ ରହିଛି ।

ଯଦି ସରକାରୀ ସହୟତା କି କେହି ସହୃଦୟ ବ୍ୟକ୍ତି ସୁଶ୍ରୀଙ୍କୁ ସାହାଯ୍ୟ କରନ୍ତି ତେବେ କୁନି ଝିଅର ଭବିଷ୍ୟତ ଉଜ୍ବଳମୟ ହୋଇପାରନ୍ତା । ସୁଶ୍ରୀକୁ ସାହାଯ୍ୟ କରିବାକୁ ଚାହୁଁଥିଲେ ୭୩୮୧୮୨୩୮୯୩, ୮୮୯୫୧୮୩୭୨୦ରେ ଯୋଗାଯୋଗ କରିବା ପାଇଁ ବନ୍ଦନା ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : May 14, 2021, 6:20 AM IST

ABOUT THE AUTHOR

...view details