ଓଡିଶା

odisha

ETV Bharat / city

ଗୁମୁଡୁମାହା ଗୁଳିକାଣ୍ଡ ଘଟଣା: ମାନବାଧିକାର କମିଶନଙ୍କୁ ଭେଟିଲେ କ୍ଷତିଗ୍ରସ୍ତ ପରିବାର

ଗୁମୁଡୁମାହା ଗୁଳିକାଣ୍ଡ ଘଟଣାରେ ଓଡିଶା ମାନବାଧିକାର କମିଶନଙ୍କୁ ଭେଟିଲେ କ୍ଷତିଗ୍ରସ୍ତ ପରିବାର । ଉକ୍ତ ପରିବାରକୁ କ୍ଷତିପୂରଣ ଦେବା ସହ ଅନ୍ୟାନ୍ୟ ସହାୟତା ଯୋଗାଇବା ନେଇ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ।

By

Published : Oct 21, 2019, 3:03 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଓଡିଶା ମାନବାଧିକାର କମିଶନଙ୍କୁ ଭେଟିଲେ ଗୁମୁଡୁମାହା ଗୁଳିକାଣ୍ଡ ଘଟଣାରେ କ୍ଷତିଗ୍ରସ୍ତ ପରିବାର । ଘଟଣାରେ ସରକାର କେବଳ ଅନୁକମ୍ପାମୂଳକ ସହାୟତା ଦେଇଥିବା ଅଭିଯୋଗ ହୋଇଛି । ଏଯାବତ୍ କ୍ଷତିଗ୍ରସ୍ତଙ୍କୁ ଥଇଥାନ କରିବା ପାଇଁ କୌଣସି ପ୍ରକାର ବ୍ୟବସ୍ଥା କରାଯାଇନାହିଁ । ବରଂ କମିଶନ କ୍ଷତିଗ୍ରସ୍ତଙ୍କୁ ଅଧିକ 2 ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିବାବେଳେ ତାହାକୁ ପାଳନ କରାଯାଇନାହିଁ । ଏହି କ୍ରମରେ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ଦେବା ସହ ଅନ୍ୟାନ୍ୟ ସହାୟତା ଯୋଗାଇବା ନେଇ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗୁଳିକାଣ୍ଡରେ କ୍ଷତିଗ୍ରସ୍ତ ପରିବାରଙ୍କ ଅଭିଯୋଗ ଅନୁଯାୟୀ, ମୃତକଙ୍କ ପରିବାରକୁ 50 ହଜାର ଏବଂ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କ ପରିବାରକୁ 25 ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଉ । ସୂଚନାନୁସାରେ, ରାଜ୍ୟ ସରକାର ଉକ୍ତ ଘଟଣାର ତଦନ୍ତ ପାଇଁ କନ୍ଧମାଳ ଜିଲ୍ଲା ଜଜଙ୍କୁ ତଦନ୍ତ କମିଶନ ପାଇଁ ନିଯୁକ୍ତି ଦେଇଥିଲେ । ନିର୍ଦ୍ଦେଶକୁ ଏକ ବର୍ଷରୁ ଉର୍ଦ୍ଧ୍ବ ହୋଇଥିବାବେଳେ ସରକାର ଏହି ରିପୋର୍ଟକୁ ସାର୍ବଜନୀନ କରିବାକୁ ଅନୁରୋଧ କରିଛନ୍ତି । ସେପଟେ ରାଜ୍ୟ ମାନବାଧିକାର କମିଶନଙ୍କ ଚିଠି ସଂଖ୍ୟା 14354/ଓଏଚଆରସି ଅନୁସାରେ ଯେଉଁ ଆଦେଶ ଦିଆଯାଇଥିଲା ତାହା ରାଜ୍ୟ ସରକାର ପାଳନ କରିନଥିବା ଅଭିଯୋଗ ହୋଇଛି ।

ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା ବାଲିହୁଡା ଥାନା ଅଧୀନରେ ଥିବା ଗୁମୁଡୁମାହାରେ 8 ଜୁଲାଇ 2016 ମଧ୍ୟରାତ୍ରିରେ ଏସଓଜି ଦଳ କୁମ୍ଭିଂ ଅପରେସନ କରୁଥିଲେ । ଗୁମୁଡ଼ାମାହା ଗ୍ରାମର କିଛି ଲୋକଙ୍କ ସହ ଏକ ଦେଢ଼ ବର୍ଷର ଶିଶୁ ଏକ ଅଟୋରେ ଜଙ୍ଗଲ ମଧ୍ୟ ଦେଇ ଗ୍ରାମକୁ ଯାଉଥିଲେ । ହଠାତ ଜଙ୍ଗଲ ଭିତରେ ଏସଓଜି ଦଳ ଏହି ନିରୀହ ଲୋକମାନଙ୍କ ଉପରକୁ ଗୁଳି ବର୍ଷଣ କରିଥିଲେ । ଏହି ଗୁଳି ବିନିମୟରେ 5 ଜଣ ନୀରିହ ଲୋକ ପ୍ରାଣ ହରାଇଥିବାବେଳେ 7 ଜଣ ଆହତ ହୋଇଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details