ଭୁବନେଶ୍ବର: ସ୍ବାଧୀନତା ଦିବସ ପାଇଁ ଜାରି ହେଲା ଗାଇଡଲାଇନ । ସ୍ବାଧୀନତା ଦିବସ ପାଳନ ପାଇଁ ରବିବାର ଦିନ କଟକଣା କୋହଳ ରହିବ । କୋଭିଡ ଗାଇଡଲାଇନ ମଧ୍ୟରେ ପତାକା ଉତ୍ତୋଳନ କରାଯିବ । ପତାକା ଉତ୍ତୋଳନ ସମୟରେ 10 ଜଣରୁ ଅଧିକ ଏକାଠି ହେବେ ନାହିଁ । କଟକ, ଭୁବନେଶ୍ବର ଓ ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ 20 ଜଣ ଏକାଠି ହୋଇପାରିବେ ।
ଗହଳି ସ୍ଥାନରେ ସମସ୍ତ ସୁରକ୍ଷା ପ୍ରୋଟୋକଲ୍ ଯେପରିକି ସାମାଜିକ ଦୂରତା, ମାସ୍କ ପିନ୍ଧିବା, ସଠିକ୍ ସାନିଟାଇଜେସନ୍ ଇତ୍ୟାଦି ସମସ୍ତ ନିୟମ କଡାକଡି ପାଳନ ହେବ ।