ଓଡିଶା

odisha

ETV Bharat / city

ଭୁବନେଶ୍ବର ଷ୍ଟେସନରୁ ଧରାପଡିଲା ଲୁଟେରା ମାଷ୍ଟରମାଇଣ୍ଡ - thief

ଭୁବନେଶ୍ବର ଷ୍ଟେସନରୁ ଧରାପଡିଲା ଚୋର । ଚା’ରେ ନିଶା ଦେଇ ଲୁଟୁଥିଲେ ଜିନିଷ । ସେମାନଙ୍କ ଠାରୁ ମୋବାଇଲ ଫୋନ୍, ବ୍ଯାଗ, ଲାପଟପ ସହ ମନିପର୍ସ ଆଦି ଚୋରି ସାମଗ୍ରୀ ଜବତ କରିଛି ପୋଲିସ । ଆଇପିସି ଧାରା ୩୨୮ ନିଶା ଦେଇ ବେହୋସ କରିବା, ୩୭୯ ଚୋରି କରିବା ଓ ଧାରା ୩୪ ସଙ୍ଗୀନ ମାମଲାରେ ସମ୍ପୃକ୍ତ ହେବା ମାମଲାରେ କୋର୍ଟ ଚାଲାଣ କରିଛି ଜିଆରପି ଥାନା ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Mar 21, 2019, 11:29 PM IST

ଭୁବନେଶ୍ବର: ଭୁବନେଶ୍ବର ଷ୍ଟେସନରୁ ଧରାପଡିଲା ଚୋର । ଇଏ ଏମିତି ସେମିତି ଚୋର ନୁହେଁ । ଇଏ ହେଉଛି ଏପରି ଚୋର ଯିଏ ପ୍ରଥମେ ବିଶ୍ବାସ ଜନ୍ମାଇ ବଢାଉଥିଲେ ସମ୍ପର୍କ। ତା’ପରେ ଚା’ରେ ନିଶା ଦେଇ ଲୁଟୁଥିଲେ ଜିନିଷ। ଭୁବନେଶ୍ବର ଷ୍ଟେସନ ବାହାରେ ଯାତ୍ରୀଙ୍କଠୁ ଏମିତି ଲୁଟପାଟ କରୁଥିବା ଏହି ୩ଜଣିଆ ଗ୍ଯାଙ୍ଗଙ୍କୁ ଧରିଛି ଜିଆରପି(ରେଳବାଇ) ପୋଲିସ । ତେବେ ସେମାନେ ହେଲେ ଏରସମାର ବିକ୍ରମ ବିଶ୍ବାଳ, ତୁମୁସିଙ୍ଘାର ମନୋଜ ସେଠୀ ଏବଂ ବାଲିକୁଦାର ସୁଶାନ୍ତ ସେଠୀ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ, ଏହି ଗ୍ଯାଙ୍ଗର ମାଷ୍ଟରମାଇଣ୍ଡ ହେଉଛି ବିକ୍ରମ ବିଶ୍ବାଳ। ତେବେ ଦଶମ ପାସ୍ କରିଥିବା ବିକ୍ରମ ଆରମ୍ଭ କରିଥିଲା ଏଭଳି ଲୁଟ୍। ଅଧିକ ଦାମର ବିନା ପେସକ୍ରାଇବରେ ନିଶା ବଟିକା ଆଣି ଆରମ୍ଭ କରିଥିଲା ଏହି ଧନ୍ଦା। ତେବେ ତା’ର ଟାର୍ଗେଟରେ ରହୁଥିଲେ ରେଳଯାତ୍ରୀ। ଷ୍ଟେସନ ବାହାରେ ବିଭିନ୍ନ ପରିଚୟ ଦେଇ ବିଳମ୍ବିତ ରାତ୍ରିରେ ଅପେକ୍ଷା କରୁଥିବା ଯାତ୍ରୀଙ୍କ ସହ ପ୍ରଥମେ ସମ୍ପର୍କ ସ୍ଥାପନ କରୁଥିଲା। ପରେ ଚା’ପିଇବା ବାହାନାରେ ଡାକି ଚା’ରେ ନିଶା ବଟିକା ମିଶାଇ ଜିନିଷ ଲୁଟୁଥିଲା। ତେବେ ସେ ଏଥିପାଇଁ ଦୁଇଜଣ ସହଯୋଗୀଙ୍କୁ ରଖି ଏଭଳି କାମ ଚଲାଇଥିଲା।

ତେବେ ଗତକାଲି ବେଙ୍ଗାଲୁରୁର ତିନିଜଣ ଯାତ୍ରୀଙ୍କଠୁ ଏପରି ଲୁଟ ପରେ ପୋଲିସ ହାତରେ ଧରାପଡିଥିଲେ। ତେବେ ସେମାନଙ୍କ ଠାରୁ ମୋବାଇଲ ଫୋନ୍, ବ୍ଯାଗ, ଲାପଟପ ସହ ମନିପର୍ସ ଆଦି ଚୋରି ସାମଗ୍ରୀ ଜବତ କରିଛି ପୋଲିସ । ଆଇପିସି ଧାରା ୩୨୮ ନିଶା ଦେଇ ବେହୋସ କରିବା, ୩୭୯ ଚୋରି କରିବା ଓ ଧାରା ୩୪ ସଙ୍ଗୀନ ମାମଲାରେ ସମ୍ପୃକ୍ତ ହେବା ମାମଲାରେ କୋର୍ଟ ଚାଲାଣ କରିଛି ଜିଆରପି ଥାନା ପୋଲିସ ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details