ଭୁବନେଶ୍ବର: କୋଭିଡର ସୁପରିଚାଳନା ନେଇ ଆମ୍ବୁଲାନ୍ସରେ ଜିପିଏସ ଟ୍ରାକିଂ ବ୍ୟବସ୍ଥା । କୋଭିଡ ସଂକ୍ରମଣ ସମୟରେ ଆକ୍ରାନ୍ତଙ୍କୁ ତୁରନ୍ତ ବିଭିନ୍ନ କୋଭିଡ ହସ୍ପିଟାଲ ସ୍ଥାନାନ୍ତରିତ କରିବାକୁ ଆମ୍ବୁଲାନ୍ସରେ ଜିପିଏସ ଟ୍ରାକିଂ ସୁବିଧା ବ୍ୟବସ୍ଥା ଆରମ୍ଭ କରାଯାଇଛି।
ଏହାଦ୍ବାରା ଆମ୍ବୁଲାନ୍ସର ଅବସ୍ଥିତି ତୁରନ୍ତ ଠାବ କରିହେବ। କମ ସମୟ ମଧ୍ୟରେ କୋଭିଡ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତରିତ କରିହେବ।