ଓଡିଶା

odisha

ETV Bharat / city

Cabinet Meeting: ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ମଞ୍ଜୁରୀ, କମିଟି ହାତକୁ ଯିବ ପରିଚାଳନା ଦାୟିତ୍ବ

ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ କ୍ୟାବିନେଟରେ ମଞ୍ଜୁରି ମିଳିଛି । ଏଣିକି ଲିଙ୍ଗରାଜ ମନ୍ଦିରର ପରିଚାଳନା ଦାୟିତ୍ବ ଏକ କମିଟିକୁ ହସ୍ତାନ୍ତର କରାଯିବ । ଅଧିକ ପଢ଼ନ୍ତୁ

bhubaneswar lingaraj temple ordinance proposed in cabinet meeting headeed by cm
Cabinet Meeting: ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ କ୍ୟାବିନେଟରେ ମଞ୍ଜୁରି

By

Published : Nov 23, 2021, 9:12 PM IST

Updated : Nov 23, 2021, 9:24 PM IST

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବୈଠକରେ ବିଭିନ୍ନ ବିଭାଗର 24 ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିଛି କ୍ୟାବିନେଟ । ଏହି କ୍ରମରେ ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ (Lingaraj Temple ordinance) କୁ କ୍ୟାବିନେଟରେ ମଞ୍ଜୁରି ମିଳିଛି ।

Cabinet Meeting: ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ କ୍ୟାବିନେଟରେ ମଞ୍ଜୁରି

ଏଣିକି ଲିଙ୍ଗରାଜ ମନ୍ଦିରର ପରିଚାଳନା ଦାୟିତ୍ବ ଏକ କମିଟିକୁ ହସ୍ତାନ୍ତର କରାଯିବ । ଭକ୍ତଙ୍କୁ ଉନ୍ନତ ସୁବିଧା ଓ ମନ୍ଦିରର ସମ୍ପତ୍ତିର ସୁରକ୍ଷା ଲକ୍ଷ୍ୟ ନେଇ ଏହି କମିଟି ଗଠନ ହେବ । ଏହାଦ୍ବାରା ମନ୍ଦିର ପ୍ରଶାସନର ଦାୟିତ୍ବ ନିରୁପଣ କରାଯାଇ ପାରିବ । ଏହି କମିଟି ମନ୍ଦିରର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସୁରକ୍ଷା ଦିଗରେ କାର୍ଯ୍ୟ କରିବ (vesting of management of affairs of Lingaraj Temple, its properties within its premises) ।

Govt to promulgate ordinance to provide for vesting of management of affairs of Lingaraj Temple

ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ସମସ୍ତ ପ୍ରକାର ଆନୁସଙ୍ଗିକ ସୁବିଧା ଦେବା ଦିଗରେ କାର୍ଯ୍ୟ କରାଯିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Nov 23, 2021, 9:24 PM IST

ABOUT THE AUTHOR

...view details