ଓଡିଶା

odisha

ETV Bharat / city

ପ୍ରକୃତ ଚାଷୀଙ୍କଠୁ ଧାନ କିଣିବେ ସରକାର, ନକଲି ଚାଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ - ବିଧାନସଭାରେ ଚାଷୀଙ୍କ ସମସ୍ୟା

ଧାନ କିଣା ପ୍ରସଙ୍ଗକୁ ନେଇ ଶେଷର ସର୍ବଦଳୀୟ ବୈଠକରେ ନିଆଗଲା ନିଷ୍ପତ୍ତି । ପ୍ରକୃତ ଚାଷୀଙ୍କ ଠାରୁ ଧାନ କିଣିବେ ସରକାର । ନକଲି ଚାଷୀଙ୍କ ବିରୋଧରେ ସରକାର ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ...

assembly
ପଞ୍ଜୀକୃତ ଚାଷୀଙ୍କ ଠାରୁ ଧାନ କିଣିବେ ସରକାର,ନକଲି ଚାଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

By

Published : Feb 26, 2021, 6:32 PM IST

ଭୁବନେଶ୍ବର: ଧାନ କିଣା ପ୍ରସଙ୍ଗକୁ ନେଇ ଶେଷର ସର୍ବଦଳୀୟ ବୈଠକରେ ନିଆଗଲା ନିଷ୍ପତ୍ତି । ପ୍ରକୃତ ଚାଷୀଙ୍କ ଠାରୁ ଧାନ କିଣିବେ ସରକାର । ନକଲି ଚାଷୀଙ୍କ ବିରୋଧରେ ସରକାର ନେବେ ଦୃଢ କାର୍ଯ୍ୟାନୁଷ୍ଠାନ । ଏନେଇ ଗୃହରେ ଯୋଗାଣ ମନ୍ତ୍ରୀଙ୍କ ପାଇଁ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ।

ବିଧାନସଭାରେ ଧାନ କିଣାକୁ ନେଇ ସର୍ବଦଳୀୟ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ସରକାର ପଞ୍ଜୀକୃତ ଚାଷୀଙ୍କ ଠାରୁ ଧାନ କିଣିବେ ଏବଂ ନକଲି ଚାଷୀଙ୍କ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଏ ନେଇ ଯୋଗାଣ ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପଙ୍କ ଅନୁପସ୍ଥିତ ଯୋଗୁଁ ତାଙ୍କ ପାଇଁ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ । ନକଲି ଚାଷୀଙ୍କ ବରୋଧରେ କଡା ପଦକ୍ଷେପ ସ୍ବରୂପ ଫୌଜଦାରୀ ମାମଲା ଗ୍ରହଣ କରାଯିବ । ବିଭାଗୀୟ ଯାଞ୍ଚ ବେଳେ ଯେଉଁ ନକଲି ଚାଷୀ ଧାରାପଡ଼ିବେ ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହେବ।

ବିଧାନସଭା ଆରମ୍ଭରୁ ମଣ୍ଡିରେ ଧାନ କିଣା ସମସ୍ୟାକୁ ନେଇ ବିରୋଧୀ ସରକାରଙ୍କୁ ଘେରିବା ସହ ଗୃହର ଅଚଳାବସ୍ଥା ଜାରି ରହିଥିଲା । ଏନେଇ ଗୃହରେ ପ୍ରବଳ ହଟ୍ଟଗଳ ଜାରି ରହିଥିଲା । ଆଜି ବିଧାନସଭାର ଅଷ୍ଟମ ଦିନରେ ଧାନ କିଣା ପ୍ରସଙ୍ଗକୁ ନେଇ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଧମକ ଦେଇଥିଲେ । ଏହା ସହ ଆଜି ଅପରାହ୍ନରେ ଗୃହ ଆରମ୍ଭ ହେବା ମାତ୍ରେ ସରକାରକୁ ଘେରିବା ସହ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଧାରଣାରେ ବସିଥିଲେ । ଏହା ପରେ ବାଚିସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକି ଧାନ କିଣା ପ୍ରସଙ୍ଗକୁ ସମାଧାନ କିରଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details