ଓଡିଶା

odisha

ETV Bharat / city

ପୂର୍ବତନ ବିଧାୟକ-ମନ୍ତ୍ରୀଙ୍କୁ ସରକାରୀ କ୍ୱାର୍ଟର ଛାଡିବାକୁ ନିର୍ଦ୍ଦେଶ - odisha assembly

ପୂର୍ବତନ ବିଧାୟକଙ୍କୁ ସରକାରୀ ବାସଭବନ ଛାଡିବାକୁ ନିର୍ଦ୍ଦେଶ । ଯିଏ ନ ଛାଡିବେ ସେମାନଙ୍କ ପାଣି ଓ ବିଜୁଳି ସଂଯୋଗ କାଟି ଦିଆଯିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। 26 ଜଣ ପୂର୍ବତନ ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ଫାଇଲ ଫଟୋ

By

Published : Sep 16, 2019, 2:31 PM IST

Updated : Sep 16, 2019, 5:52 PM IST

ଭୁବନେଶ୍ବର: ପୂର୍ବତନ ବିଧାୟକ ଓ ମନ୍ତ୍ରୀ ମାନଙ୍କୁ ସରକାରୀ ବାସଭବନ ଛାଡିବାକୁ ନିର୍ଦ୍ଦେଶ । ଯିଏ ନ ଛାଡିବେ ସେମାନଙ୍କ ପାଣି ଓ ବିଜୁଳି ସଂଯୋଗ କାଟି ଦିଆଯିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅନେକ ପୂର୍ବତନ ବିଧାୟକ ଓ ମନ୍ତ୍ରୀ ମାନେ ଏବେ ମଧ୍ୟ ସରକାରୀ କ୍ବାର୍ଟର ମାୟା ଛାଡି ପାରୁନାହାଁନ୍ତି । ସେମାନଙ୍କୁ ପୂର୍ବରୁ ନୋଟିସ କରାଯାଇଛି । ତେଣୁ ତୁରନ୍ତ କ୍ବାର୍ଟର ଛାଡିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। ମୋଟ 26 ଜଣଙ୍କୁ ନୋଟିସ ଜାରି କରି ସରକାରୀ କ୍ବାର୍ଟର ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନୋଟିସ ଜାରି କରାଯାଇଥିବା ପୂର୍ବତନ ବିଧାୟକ ଓ ମନ୍ତ୍ରୀ ତାଲିକା ନିମ୍ନରେ ଉଲ୍ଲେଖ ରହିଛି ।

  1. ବସନ୍ତ କୁମାର ପଣ୍ଡା(ଲୋକସଭା)
  2. ସ୍ବର୍ଗତ ବେଦ ପ୍ରକାଶ ଅଗ୍ରୱାଲ
  3. ଭୁଜବଳ ମାଝୀ
  4. ବିଭୂତିଭୂଷଣ ହରିଚନ୍ଦନ
  5. ବିଜୟଶ୍ରୀ ରାଉରରାଏ
  6. ଦାମୋଦର ରାଉତ
  7. ଦେବାଶିଷ ନାୟକ
  8. ଧନେଶ୍ବର ମାଝୀ
  9. ଗୋଲକ ବିହାରୀ ନାୟକ
  10. ଯୁଗୋଳ କିଶୋର ପଟ୍ଟନାୟକ
  11. କିଶୋର ଚନ୍ଦ୍ର ତରାଇ
  12. ମହେଶ ସାହୁ, ଲୋକସଭା
  13. ନନ୍ଦିନୀ ଦେବୀ
  14. ନିତେଶ ଗଙ୍ଗଦେବ (ଲୋକସଭା)
  15. ପ୍ରଭାତ କୁମାର ତ୍ରିପାଠୀ
  16. ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ
  17. ପୁଷ୍ପେନ୍ଦ୍ର ସିଂହ ଦେଓ
  18. ରବିନାରାୟଣ ନାୟକ
  19. ରମେଶ ଚନ୍ଦ୍ର ମାଝୀ, ଲୋକସଭା
  20. ସାନନ୍ଦ ମାରାଣ୍ଡି
  21. ସଞ୍ଜୟ କୁମାର ଦାସ ବର୍ମା
  22. ସଞ୍ଜୀବ କୁମାର ସାହୁ
  23. ସରୋଜ କୁମାର ସାମଲ
  24. ସ୍ବର୍ଗତ ସୁବଳ ସାହୁ
  25. ସରୋଜିନୀ ହେମ୍ବ୍ରମ
  26. ଝିନ୍ନ ହିକ୍କକା

ଏହି ସମସ୍ତ ପୂର୍ବତନ ବିଧାୟକ ଓ ମନ୍ତ୍ରୀଙ୍କୁ ସରକାରୀ କ୍ବାର୍ଟର ଖାଲି କରିବାକୁ ନୋଟିସ୍ ଜାରି କରାଯାଇଛି । 26 ଜଣ ପୂର୍ବତନ ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Sep 16, 2019, 5:52 PM IST

ABOUT THE AUTHOR

...view details