ଓଡିଶା

odisha

ETV Bharat / city

ସରକାରୀ ବୈଷୟିକ କଲେଜରେ ସିଟ ପୂରଣ ପାଇଁ ସରକାରଙ୍କ ଉଦ୍ୟମ - ପ୍ରଯୁକ୍ତି ବିଦ୍ୟା

ରାଜ୍ୟରେ ଖାଲି ପଡୁଥିବା ସରକାରୀ ବୈଷୟିକ କଲେଜମାନଙ୍କର ସିଟ ପୂରଣ ପାଇଁ ସରକାରଙ୍କ ଉଦ୍ୟମ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Aug 9, 2019, 4:18 AM IST

ଭୁବନେଶ୍ବର: ସାରା ବିଶ୍ବରେ ଦିନକୁ ଦିନ ପ୍ରଯୁକ୍ତିବିଦ୍ୟାର ପ୍ରଭାବ ବଢି ଚାଲିଛି । ଏହି ପ୍ରଯୁକ୍ତିବିଦ୍ୟାରେ ମଧ୍ୟ ବ୍ୟାପକ ନିଯୁକ୍ତି ମିଳୁଛି । ତେଣୁ ବିଶ୍ବର ଯୁବପୀଢି ଏବେ ପ୍ରଯୁକ୍ତିବିଦ୍ୟାରେ ହିଁ ନିଜକୁ ଦକ୍ଷ କରିବାରେ ଲାଗିଛନ୍ତି । କିନ୍ତୁ ରାଜ୍ୟରେ ଏହାର ବିପରୀତ ଦେଖିବାକୁ ମିଳୁଛି। ଓଡିଆ ଯୁବକ ଓ ଯୁବତୀମାନେ ବୈଷୟିକ ଶିକ୍ଷାରୁ ମୁହଁ ଫେରାଉଛନ୍ତି । ତେଣୁ ସରକାରୀସ୍ତରରେ ରାଜ୍ୟର ଯୁବପୀଢିଙ୍କ ମନରେ ବୈଷୟିକ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବ୍ୟାପକ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ସରକାର କହୁଛନ୍ତି ।

ଭିଡିଓ ସୌଜନ୍ଯ: ପ୍ରତିନିଧି, ଭୁବନେଶ୍ବର


ବର୍ତ୍ତମାନ ରାଜ୍ୟରେ ନାମଲେଖା ପ୍ରକ୍ରିୟା ଚାଲୁ ରହିଛି। ରାଜ୍ୟରେ ଥିବା ବିଭିନ୍ନ ଆଇଟିଆଇ, ପଲିଟେକନିକ ଓ ଇଞ୍ଜିନିୟରିଂ କଲେଜଗୁଡିକରେ ପ୍ରଥମ ପର୍ଯ୍ୟାୟ ନାମ ଲେଖା ଶେଷ ହୋଇ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିଲେ ମଧ୍ୟ ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କରେ ସମ୍ପୂର୍ଣ୍ଣ ଟ୍ରେଡ ପାଇଁ ଆବଶ୍ୟକୀୟ ଛାତ୍ରଛାତ୍ରୀ ନାମ ଲେଖାଇ ନଥିବା ଜଣାପଡିଛି। ତେଣୁ ଏହାକୁ ମୁକାବିଲା କରିବା ପାଇଁ ସରକାରୀସ୍ତରରେ ଉଦ୍ୟମ ଆରମ୍ଭ ହୋଇଯାଇଛି ।


ଗୁରୁବାର ସ୍ଥାନୀୟ ଗୀତଗୋବିନ୍ଦ ଭବନରେ ଏଥିପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୈଷୟିକ ବିଭାଗ ସଚିବ ଏସ କେ ସିଂ ଯୋଗଦେଇ କହିଛନ୍ତି ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନାମ ଲେଖା ଶେଷ ହେଲେ ମଧ୍ୟ ସ୍ପଟ ଆଡମିଶନରେ ଛାତ୍ରଛାତ୍ରୀ ନାମ ଲେଖାନ୍ତୁ । ଏଥିସହ ସରକାର ଦେଉଥିବା ସୁବିଧା ସୁଯୋଗର ଲାଭ ଉଠାନ୍ତୁ ବୋଲି ସେ କହିଛନ୍ତି । ବିଭାଗୀୟ ସଚିବ ଆହୁରି କହିଛନ୍ତି ଯେ ସରକାର ବୈଷୟିକ ଶିକ୍ଷା କ୍ଷେତ୍ରରେ ଛାତ୍ରୀଙ୍କ ସମେତ ବିଭିନ୍ନ ଜନଜାତି ଓ ପଛୁଆ ବର୍ଗର ପିଲାଙ୍କ ପାଇଁ ସ୍କୋଲାରସିପ ଓ ଷ୍ଟାଇପେଣ୍ଡର ବ୍ୟବସ୍ଥା କରିଛନ୍ତି ।


ଏହାସହ ଜଟଣୀଠାରେ ଥିବା ସରକାରୀ ଆଇଟିଆଇ ସ୍ବତନ୍ତ୍ର ଭାବେ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ କାର୍ଯ୍ୟ କରୁଥିବା ବେଳେ ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କର ଯୋଗୋଯୋଗ ଓ ଗୁଣାତ୍ମକମାନ ଶିକ୍ଷା ପ୍ରଦାନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି ।


ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details