ଓଡିଶା

odisha

ETV Bharat / city

ଅର୍ଥନୀତିକୁ ସୁଦୃଢ କରିବା ଲକ୍ଷ୍ୟ, ରାଜ୍ୟରେ ଆର୍ଥିକ କଟକଣାରେ କୋହଳ - Govt Relaxes Expenditure Rationalization

ରାଜ୍ୟରେ ଲାଗୁ ହୋଇଥିବା ଆର୍ଥିକ କଟକଣାରେ କିଛିଟା କୋହଳ କରାଯାଇଛି । ଅଧିକ ପଢନ୍ତୁ...

ଅର୍ଥନୀତି ସୁଦୃଢ
ଅର୍ଥନୀତି ସୁଦୃଢ

By

Published : Dec 2, 2020, 8:57 AM IST

ଭୁବନେଶ୍ବର: ରାଜ୍ୟରେ ଲାଗୁ ହୋଇଥିବା ଆର୍ଥିକ କଟକଣାରେ କିଛିମାତ୍ରାରେ ହେଲା କୋହଳ । ଜରୁରୀ କାଳୀନ ପାଣ୍ଠି ବିନିଯୋଗକୁ କୋହଳ କଲେ ସରକାର ।

ଅର୍ଥନୀତି ସୁଦୃଢ
ଅର୍ଥନୀତି ସୁଦୃଢ

କୋଭିଡ ପାଇଁ ଖର୍ଚ୍ଚ ଉପରେ ରୋକ ଲଗାଇଥିଲେ ରାଜ୍ୟ ସରକାର। ଏବେ ଏଥିରେ କିଛିଟା କୋହଳ କରିଛନ୍ତି ସରକାର। ସରକାରୀ କର୍ମଚାରୀ କମ୍ପ୍ୟୁଟର, ଗୃହ ନିର୍ମାଣ, ଗାଡି କିଣା ଅଗ୍ରୀମ ନେଇ ପାରିବେ। ଜରୁରୀ କାଳୀନ ପାଣ୍ଠି ବିନିଯୋଗ ବି କୋହଳ ହୋଇଛି।

ଏନେଇ ବଜେଟର 75 ପ୍ରତିଶତ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରିବ ବୋଲି ସରକାର କହିଛନ୍ତି। ସେହିପରି ନୂଆ ଟେଣ୍ଡର ପାଇଁ ଅନୁମତି ଆବଶ୍ୟକ ନାହିଁ। ଜୁଲାଇ 7ରୁ କଟକଣା ଲାଗୁ କରିଥିଲେ ରାଜ୍ୟ ସରକାର ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details