ଓଡିଶା

odisha

ETV Bharat / city

ତାରାତାରିଣୀ ପୀଠର ଉନ୍ନତିକରଣ ପାଇଁ ସ୍ବତନ୍ତ୍ର ପ୍ୟାକେଜ

ତାରାତାରିଣୀ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ମନ୍ଦିରର ଉନ୍ନତିକରଣ ପ୍ଲାନକୁ ଅନୁମୋଦନ କରିଛନ୍ତି ସେ । ଯାତ୍ରୀଙ୍କ ସୁବିଧା ସହ ପ୍ରସାଦ ସେବନ, ବାଖ୍ୟାନ କେନ୍ଦ୍ର, ମଣ୍ଡପ କକ୍ଷର ବ୍ୟବସ୍ଥା ହେବ । ଅଧିକ ପଢନ୍ତୁ...

ତାରାତାରିଣୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା
ତାରାତାରିଣୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା

By

Published : Feb 5, 2020, 9:44 PM IST

Updated : Feb 5, 2020, 10:26 PM IST

ଭୁବନେଶ୍ବର: ଉନ୍ନତିକରଣ ହେବ ଗଞ୍ଜାମ ଜିଲ୍ଲାର ପୁରାତନ ଶକ୍ତିପୀଠ ତାରାତାରିଣୀ । ପ୍ରସିଦ୍ଧ ଶକ୍ତିପୀଠର ଚତୁଃପାର୍ଶ୍ବକୁ ନୂଆ ରୂପ ଦେବାକୁ ଏବେ ଅଣ୍ଟା ଭିଡିଛନ୍ତି ସରକାର। ପୀଠର ବିକାଶ ପାଇଁ ପ୍ରସ୍ତୁତ ଯୋଜନାକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯାତ୍ରୀଙ୍କ ସୁବିଧା ସହ ପ୍ରସାଦ ସେବନ, ବାଖ୍ୟାନ କେନ୍ଦ୍ର, ମଣ୍ଡପ କକ୍ଷର ବ୍ୟବସ୍ଥା ହେବ । ନିକଟରେ ‘5ଟି’ ସଚିବ ତାରତାରେଣୀ ପୀଠ ଗସ୍ତ କରି ସ୍ଥିତି ସମୀକ୍ଷା କରିଥିଲେ ।

ତାରାତାରିଣୀ ପୀଠର ହେବ ଉନ୍ନତିକରଣ

ଯୋଜନା ମୁତାବକ, ତାରାତାରେଣୀ ମନ୍ଦିର ଚାରିପାଖକୁ ନୂଆ ରୂପ ଦିଆଯିବ । ସିଂହଦ୍ବାର ପ୍ରବେଶ ପଥର ପୁନଃଉଦ୍ଧାର ସହ ଭକ୍ତଙ୍କ ପାଇଁ ସମସ୍ତ ସୁବିଧା କରାଯିବ । ପିଇବା ପାଣିର ବ୍ୟବସ୍ଥା, ପାହାଡ ଉପରେ ପ୍ରସାଦ ସେବନ, ବାଖ୍ୟାନ କେନ୍ଦ୍ର, ମଣ୍ଡପ କକ୍ଷ ମଧ୍ୟ ରହିବ । ଏପରିକି ମନ୍ଦିର ପଛ ପାର୍ଶ୍ବରେ ଧ୍ୟାହ୍ନ କେନ୍ଦ୍ର ନିର୍ମାଣ କରାଯିବା ସହ ପାହାଡ ଉପରେ ଏକ ଭ୍ୟୁ-ପଏଣ୍ଟ କରାଯିବ । ଯେଉଁଠି ଶ୍ରଦ୍ଧାଳୁ ପର୍ଯ୍ୟଟକମାନେ ମନ୍ଦିରର ଚତୁଃପାର୍ଶ୍ବକୁ ଦେଖି ପାରିବେ ।

ଜୋତା ଷ୍ଟାଣ୍ଡ, ପ୍ରତିକ୍ଷାଳୟ, ଗମନାଗମନ ପାଇଁ ସମସ୍ତ ସୁବିଧା ସହ ବସିବା ପାଇଁ ସିମେଣ୍ଟ ବ୍ୟାଞ୍ଚ ହେବ । ଶେଷରେ ଏକ ପୋଲିସ ଫାଣ୍ଠି, ଆଶୁ ଚିକିତ୍ସା କେନ୍ଦ୍ର କରାଯିବ । ଏନେଇ ରାଜ୍ୟ ସରକାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ।

ଭୁବନେଶ୍ବରରୁ ତାପନ ଦାସ, ଇଟିଭି ଭାରତ

Last Updated : Feb 5, 2020, 10:26 PM IST

ABOUT THE AUTHOR

...view details