ଓଡିଶା

odisha

By

Published : Aug 9, 2021, 9:53 PM IST

ETV Bharat / city

କଂଗ୍ରେସ-ବିଜେପି ବାଡେଇ ଛାଟି ହେଲେ କିଛି ଲାଭ ହେବନି: ପ୍ରମିଳା

କୋଭିଡ ମୁକାବିଲା ପାଇଁ କଂଗ୍ରେସ ପ୍ରତି ପଞ୍ଚାୟତରେ 100 ଜଣିଆ ସ୍ୱାସ୍ଥ୍ୟ ଟିମ ଗଠନ କରିବ । ସେହିପରି ବିଜେପି ପ୍ରତି ଗାଁରେ 2 ଜଣିଆ ଦଳ କରିବା ପାଇଁ ଘୋଷଣା କରିଛନ୍ତି । ଅଧିକ ପଢ଼ନ୍ତୁ...

କଂଗ୍ରେସ ଓ ବିଜେପି ବାଡେଇ ଛାଟି ହେଲେ କିଛି ଲାଭ ହେବନି: ପ୍ରମିଳା
କଂଗ୍ରେସ ଓ ବିଜେପି ବାଡେଇ ଛାଟି ହେଲେ କିଛି ଲାଭ ହେବନି: ପ୍ରମିଳା

ଭୁବନେଶ୍ବର: କୋଭିଡ ମୁକାବିଲା ପାଇଁ କଂଗ୍ରେସ ପ୍ରତି ପଞ୍ଚାୟତରେ 100 ଜଣିଆ ସ୍ୱାସ୍ଥ୍ୟ ଟିମ ଗଠନ କରିବ । ସେହିପରି ବିଜେପି ପ୍ରତି ଗାଁରେ 2 ଜଣିଆ ଦଳ କରିବା ପାଇଁ ଘୋଷଣା କରିଛନ୍ତି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ନିର୍ବାଚନ ଆସିଥିବାରୁ କଂଗ୍ରେସ ଓ ବିଜେପି ବାଡେଇ ଛାଟି ହେଉଛନ୍ତି । ହେଲେ ଏଥିରେ ସେମାନଙ୍କୁ କିଛି ଲାଭ ହେବନି ବୋଲି ପ୍ରମିଳା କହିଛନ୍ତି । ମହାମାରୀ କୋଭିଡ ସଂକ୍ରମଣର ପ୍ରଥମ ଲହରରୁ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି । ପ୍ରତି ଗାଁରେ ରାଜ୍ୟ ସରକାର ସ୍ୱାସ୍ଥ୍ୟ କମିଟି ଗଠନ କରିଛନ୍ତି । ପ୍ରବାସୀ ଓ କୋଭିଡ ପ୍ରପୀଡ଼ିତଙ୍କ ଲାଗି ଗାଁ ସ୍ତରରେ ବ୍ୟବସ୍ଥା ହୋଇଛି । ହେଲେ ବିଜେଡି ପକ୍ଷରୁ ଦଳୀୟ ସ୍ତରରେ କୌଣସି କାର୍ଯ୍ୟ ହୁଏନି ବୋଲି ସେ କହିଛନ୍ତି ।

କଂଗ୍ରେସ ଓ ବିଜେପି ବାଡେଇ ଛାଟି ହେଲେ କିଛି ଲାଭ ହେବନି: ପ୍ରମିଳା
ସାଧାରଣ ଲୋକ କିଭଳି ସମସ୍ତ ସୁବିଧା ପାଇବେ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି । କୋଭିଡ ମୁକାବିଲା ପାଇଁ କଂଗ୍ରେସ ପ୍ରତି ପଞ୍ଚାୟତରେ 100 ଜଣିଆ ସ୍ୱାସ୍ଥ୍ୟ ଟିମ ଗଠନ କରିବା ଘୋଷଣାକୁ କଟାକ୍ଷ କରିଛନ୍ତି ପ୍ରମିଳା । ତାଙ୍କୁ 100 ଜଣ ମିଳିବେନି । କଂଗ୍ରେସ କର୍ମୀସଂଖ୍ୟା 100 ହେବନି । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି, ସେଥିପାଇଁ ଉଭୟ କଂଗ୍ରେସ ଓ ବିଜେପି ବାଡେଇ ଛାଟି ହେଉଛନ୍ତି ବୋଲି ପ୍ରମିଳା କଟାକ୍ଷ କରିଛନ୍ତି । ହେଲେ ଏସବୁ ଦ୍ବାରା କିଛି ଲାଭ ହେବନି କି ବିଜେଡି ଉପରେ କୌଣସି ପ୍ରଭାବ ପଡିବନି ବୋଲି ପ୍ରମିଳା କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details