ଭୁବନେଶ୍ବର: ଗତ ଜୁଲାଇ 7 ତାରିଖରେ ରାଜ୍ୟରେ ଅବସରପ୍ରାପ୍ତ ଅଧିକାରୀ ପୁନଃ ନିଯୁକ୍ତି ପାଇବେ ନାହିଁ ବୋଲି ରାଜ୍ୟ ଅର୍ଥ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଥିଲା । ହେଲେ ବିଜ୍ଞପ୍ତି ପ୍ରକାଶ ପାଉ ପାଉ ନିଯୁକ୍ତି ପାଇଛନ୍ତି ଗୃହ ବିଭାଗର ଅତିରିକ୍ତ ସଚିବ ଶ୍ରୀଭୂଷଣ ଶୁକ୍ଳା । କଥା ଏତିକିରେ ସରିନାହିଁ । 10 ତାରିଖରେ ଖଣି ଓ ଇସ୍ପାତ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ବର୍ଷକ ପାଇଁ ନିଯୁକ୍ତି ପାଇଛନ୍ତି ଚର୍ଚ୍ଚି ଅଫିସର ଦୀପକ ମହାନ୍ତି ।
ବଡ ବଡ଼ିଆଙ୍କ ଅବସର ପରେ ବି ଚାକିରି ସରୁନି । ଫଳର ଅଷ୍ଟମ ଥର ପାଇଁ ପୁନଃ ନିଯୁକ୍ତି ପାଇଛନ୍ତି ଦୀପକ ମହାନ୍ତି । ପୂର୍ବରୁ ଅବସର ପରେ ବି ସାତ ଥର ପୁନଃ ନିଯୁକ୍ତି ପାଇସାରିଥିଲେ ଦୀପକ । ବିଜ୍ଞପ୍ତିର ଲେଖାକୁ କିଛି ନିର୍ଦ୍ଦିଷ୍ଟ ଅଫିସରଙ୍କ ପାଇଁ ବଦଳା ଯାଉଥିବା ଦେଖାଯାଉଛି । ଅବସରପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ନଦେବା ପାଇଁ ଗୋଟିଏ ପଟେ ନିର୍ଦ୍ଦେଶନାମ ପ୍ରକାଶ ପାଇଥିବା ବେଳେ ଅନ୍ୟପଟେ ସମାନ୍ତରାଳ ଭାବରେ ନିଯୁକ୍ତି ବି ଦିଆ ଚାଲିଛି ।