ଓଡିଶା

odisha

ETV Bharat / city

ଫୋକସରେ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା, ବସିଲା ଉଚ୍ଚସ୍ତରୀୟ ବୈଠକ - olive ridley sea turtle

ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ଓ ସୁରକ୍ଷା ନେଇ ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ । ନଭେମ୍ବର 1ରୁ ମେ' 30 ପର୍ଯ୍ୟନ୍ତ ସମୁଦ୍ରତଟରୁ ମାଛଧରାକୁ ନେଇ କଟକଣା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ।

ଫାଇଲ ଫଟୋ

By

Published : Nov 14, 2019, 10:45 PM IST

ଭୁବନେଶ୍ବର: ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ଓ ସୁରକ୍ଷା ନେଇ ଗୁରୁବାର ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ନଭେମ୍ବର 1ରୁ ମେ' 30 ପର୍ଯ୍ୟନ୍ତ ସମୁଦ୍ରତଟରୁ ମାଛଧରାକୁ ନେଇ କଟକଣା ଜାରି କରିଛନ୍ତି ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

କଇଁଛଙ୍କ ସୁରକ୍ଷା ପାଇଁ ବିଭିନ୍ନ ଅଞ୍ଚଳରେ 66ଟି ଶିବିର ଗଠନ ହେବ । ଏଥିସହିତ ମେ ୩୦ ପର୍ଯ୍ୟନ୍ତ ସମୁଦ୍ରତଟରୁ ୨୦ କିମି ପର୍ଯ୍ୟନ୍ତ ମାଛଧରା କାର୍ଯ୍ୟ ବନ୍ଦ ହେବ । ନିଷିଦ୍ଧ ଅଞ୍ଚଳକୁ ମତ୍ସ୍ୟଜୀବୀଙ୍କ ମାଛ ମାରିବା ଉପରେ କଟକଣା ଲାଗିବ । ସେହିପରି କ୍ଷତିପୂରଣ ବାବଦକୁ ମତ୍ସ୍ୟଜୀବୀଙ୍କ ପରିବାରକୁ ପ୍ରତି ମାସ 7500 ଟଙ୍କା ପ୍ରଦାନ କରାଯିବ ।

ସେହିପରି କଟକଣା ଅଞ୍ଚଳରେ ବିଭାଗୀୟ ଅଧିକାରୀମାନେ ନଜର ରଖିବେ । କେବଳ କଟକଣା ଲାଗୁ ହେବା ସମୟରେ କ୍ଷତିପୂରଣ ଦିଆଯିବ । ବୈଠକ ପରେ ପିସିସିଏଫ(ଡବ୍ଲ୍ୟୁଏଲ) ହରିଶଙ୍କର ଉପାଧ୍ୟାୟ ଏନେଇ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details