ଓଡିଶା

odisha

ETV Bharat / city

ଶହୀଦଙ୍କୁ ମିଳୁନି ସମ୍ମାନ, ସହାୟତା ଅପେକ୍ଷାରେ ପରିବାର

ଶହୀଦ ମନୋଜ ବେହେରା ଦେଶ ପାଇଁ ବଳିଦାନ ଦେଲେ । ଶହୀଦଙ୍କ ପ୍ରତି ଉପହାସ । ରାଜ୍ୟ ସରକାର ମାତ୍ର କେଇଦିନ ତଳେ ତାଙ୍କ ସାହାସିକତା ବିରତ୍ବକୁ ନେଇ ଅନୁଭବ କରୁଥିଲା । ରାଜ୍ୟ ସରକାର ବି ତାଙ୍କୁ ସମ୍ମାନ ଦେଲେ, ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ଶହୀଦ ପରିବାରକୁ ସମସ୍ତ ସହାୟତା ଯୋଗାଇ ଦେବାକୁ ତାହା ଏବେ କେବଳ କାଗଜ କଲମରେ ହିଁ ସୀମିତ ।

By

Published : Aug 28, 2019, 7:41 PM IST

Updated : Aug 29, 2019, 7:57 AM IST

ସହିଦଙ୍କ ସମ୍ମାନନକୁ ନେଇ ପ୍ରଶ୍ନ

ଭୁବନେଶ୍ବର: ପୁଲୱାମା ଆକ୍ରମଣରେ ଶହୀଦ ମନୋଜ ବେହେରାଙ୍କୁ ଉପଯୁକ୍ତ ସମ୍ମାନକୁ ନେଇ ଉଠିଛି ପ୍ରଶ୍ନ । ମନୋଜଙ୍କ ଘର କଟକ ଜିଲ୍ଲା ନିଆଳି ବ୍ଲକ ରତନପୁର ଗାଁରେ । ଆକ୍ରମଣକୁ 6 ମାସ ବିତିଯାଇଥିଲେ ମଧ୍ୟ ଶହୀଦଙ୍କ ପରିବାରକୁ ମିଳୁନି ସରକାର ଦେଇଥିବା ପ୍ରତିଶ୍ରୁତି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ଦାନା ବାନ୍ଧିଛି ।

ଶହୀଦଙ୍କ ସମ୍ମାନକୁ ନେଇ ପ୍ରଶ୍ନ


ଶହୀଦ ହେବାପରେ ସାରା ରାଜ୍ୟ ନୁହେଁ ସାରା ଦେଶରୁ ଗଭୀର ସମବେଦନା ମିଳିଥିଲା । ରାଜ୍ୟ ସରକାର ତାଙ୍କୁ ସମ୍ମାନ ଦେବା ପାଇଁ ଅନେକ ପ୍ରତିଶ୍ରୁତି ଦେଇଥିଲେ । ସରକାର ଦେଇଥିବା ପ୍ରତିଶ୍ରୁତି ସବୁ ପ୍ରତିଶ୍ରୁତି ସତେ ଯେମିତି ଶହୀଦ ପରିବାରଙ୍କ ପାଇଁ ସାତ ସପନ ପାଲଟି ଯାଇଛି ।


କେବଳ ମନୋଜଙ୍କ ପରିବାର ନୁହେଁ, ସ୍ତାନୀୟ ବାସିନ୍ଦା ମଧ୍ୟ ଶହୀଦଙ୍କୁ ନେଇ ବେଶ ଗର୍ବିତ । କିନ୍ତୁ ମନୋଜଙ୍କୁ ଅସମ୍ମାନ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ସେମାନଙ୍କର ଅଭିଯୋଗ ଜଣେ ସହିଦଙ୍କ ପ୍ରତି ଯେତିକି ସମ୍ମାନ ଦିଆଜିବା କଥା ତାହା ଦିଆଯାଇନାହିଁ ।


ଏମିତି ଅନେକ ସ୍ଥାନରେ ଦେଶମାତୃକାର ସେବାରେ ବଳିଦାନ ଦେଇଥିବା ବୀର ଯବାନଙ୍କ ପ୍ରତି ଅବହେଳା କରାଯାଉ ଥିବା ଅଭିଯୋଗ ହେଉଛି । ଆଶା କରୁଛୁ ଖବର ପ୍ରସାରଣ ପରେ ପ୍ରଶାସନର ଚେତା ପଶିବ ଆଉ ଶହୀଦଙ୍କ ଉଚିତ ସମ୍ମାନ ମିଳିବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Aug 29, 2019, 7:57 AM IST

ABOUT THE AUTHOR

...view details