ଓଡିଶା

odisha

ETV Bharat / city

ବୁଡିଗଲାଣି ବେଉସା, ପେଟ ଚିନ୍ତାରେ ହାତଲେଖା କଳାକାର ସଙ୍ଘ - Government

ସରକାରୀ ଅଫିସ ଆଗରେ ଦେଖିବାକୁ ମିଳୁନି ହାତ ଲେଖା କଳାକାରଙ୍କ କାମ । ସାରା ଓଡ଼ିଶାରେ 25 ହଜାରରୁ ଉର୍ଦ୍ଧ୍ବ କଳାକାର ନିଜର ବ୍ୟବସାୟକୁ ହରାଇ ବସିଥିବା ବେଳେ ଏଥିପାଇଁ ସରକାରଙ୍କୁ ଦାୟୀ କରିଛି ହାତଲେଖା କଳାକାର ସଙ୍ଘ।

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

By

Published : Jun 29, 2019, 6:30 AM IST

ଭୁବନେଶ୍ବର: ବୁଡିବାକୁ ବସିଲାଣି ହାତଲେଖା କଳାକାରଙ୍କ ବେଉସା । ପୂର୍ବରୁ ବିଭିନ୍ନ ସରକାରୀ ଅଫିସ ଆଗରେ ନେମ ପ୍ଲେଟ ସବୁ ତୁଳି ବା ହାତ ଲେଖା କଳାକାର ମାନେ ଲେଖୁଥିଲେ। ଏବେ ଏହି ହାତଲେଖାର ଛାପ କେଉଁଠି ଦେଖିବାକୁ ମିଳୁନି । ବରଂ ଧୀରେ ଧୀରେ ଏହା ଅତ୍ୟାଧୁନିକ ଶୌଳୀରେ ଲେଖାଯିବାର ଦେଖିବାକୁ ମିଳୁଛି ।

ଭିିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଯାହାଫଳରେ ସାରା ଓଡ଼ିଶାରେ 25 ହଜାରରୁ ଉର୍ଦ୍ଧ୍ବ କଳାକାର ନିଜର ବ୍ୟବସାୟକୁ ହରାଇ ବସିଛନ୍ତି ବୋଲି ଆଜି ସଙ୍ଘ ପ୍ରକାଶ କରିଛି। ତେବେ ଏହି କଳାକାରଙ୍କ ପେଟକୁ ସରକାର ଲାତ ମାରିଲା ଭଳି କାମ କରିଛନ୍ତି ବୋଲି ଗଣମାଧ୍ୟମ ସମୁଖରେ ରାଜ୍ୟ ହାତଲେଖା କଳାକାର କ୍ଷୋଭ ପ୍ରକାଶ କରି କହିଛନ୍ତି। ଯଦି ଆଗାମୀ ଦିନରେ ସରକାର ଏଥିପ୍ରତି ଦୃଷ୍ଟି ନଦିଅନ୍ତି ଏମାନେ ଆନ୍ଦୋଳନକୁ ଆସିବେ ବୋଲି ସଙ୍ଘ ଚେତାବନୀ ଦେଇ କହିଛି।

ଭୁବନେଶ୍ବରରୁ ସତରୂପା ସାମନ୍ତରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details