ଓଡିଶା

odisha

ETV Bharat / city

ବିଜୁଳି ଦର ବୃଦ୍ଧି କରିବା ରାଜ୍ୟବାସୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ: ବିଜେପି

ଓଡିଶାର ଘରୋଇ ବିଜୁଳି ଉପଭୋକ୍ତାଙ୍କ ବିଜୁଳି ଦର ବଢ଼ିବା ପ୍ରସଙ୍ଗରେ ପ୍ରତିବାଦ କରିଛି ବିଜେପି । ଏହା ରାଜ୍ୟବାସୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ହେବା ସଦୃଶ ବୋଲି କହିଛି ବିଜେପି । ଏକ ପ୍ରେସ ବିବୃତି ଜରିଆରେ ଏହା କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଅଧିକ ପଢନ୍ତୁ...

ବିଜୁଳି ଦର ବୃଦ୍ଧି କରିବା ରାଜ୍ୟବାସୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ
ବିଜୁଳି ଦର ବୃଦ୍ଧି କରିବା ରାଜ୍ୟବାସୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ

By

Published : Mar 27, 2021, 9:11 PM IST

ଭୁବନେଶ୍ବର: ଓଡିଶାର ଘରୋଇ ବିଜୁଳି ଉପଭୋକ୍ତାଙ୍କ ବିଜୁଳି ଦର ବଢ଼ିବା ପ୍ରସଙ୍ଗରେ ପ୍ରତିବାଦ କରିଛି ବିଜେପି । ଓଇଆରସି ଗତ ଅକ୍ଟୋବରରେ ୟୁନିଟ୍ ପିଛା ୨୦ ପଇସା ଦର ବୃଦ୍ଧି କରିଥିଲା । ପୁଣି ଥରେ ବିଜୁଳି ଦର ୩୦ ପଇସା ବୃଦ୍ଧି କରିଛି । ୭ ମାସ ମଧ୍ୟରେ ବିଜୁଳି ଦର ୟୁନିଟ୍ ପିଛା ୫୦ ପଇସା ବୃଦ୍ଧି କରାଯାଇଛି । ଏହା ରାଜ୍ୟବାସୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ହେବା ସଦୃଶ ବୋଲି କହିଛି ବିଜେପି । ଏକ ପ୍ରେସ ବିବୃତି ଜରିଆରେ ଏହା କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

ଲକଡ଼ାଉନ୍ ସମୟରେ ବିଦ୍ୟୁତ୍ କିଣିବା ପାଇଁ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଗୁଡ଼ିକୁ ଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରାୟତ ଉଦ୍ୟୋଗ ଦ୍ୱାରା ୮୪ କୋଟି ଟଙ୍କାର ରିହାତି ଦିଆଯାଇଥିଲା । ରାଜ୍ୟର ବିଦ୍ୟୁତ୍ ବିତରଣ କମ୍ପାନୀ ଗୁଡ଼ିକୁ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ଅଧୀନରେ ଥିବା ଏନଏଚପିସି ୩.୭୮ କୋଟି, ଏନଟିପିସି ୫୬.୮ କୋଟି ଏବଂ ପିଜିସିଆଇଏଲ ପକ୍ଷରୁ ୨୪.୩୫ କୋଟି ରିହାତି ଦିଆଯାଇଛି ।

କୋରୋନା ସମୟରେ ଉପଭୋକ୍ତାମାନଙ୍କ ପାଇଁ ନିରନ୍ତର ବିଦ୍ୟୁତ୍ ସରବରାହ ହୋଇପାରିବା ଲକ୍ଷ୍ୟରେ ଏହି ଆର୍ଥିକ ରିହାତି ଦିଆଯାଇଥିଲା । ଏହାସତ୍ତ୍ବେ ରାଜ୍ୟରେ ଅକ୍ଟୋବର ପହିଲାରୁ ବିଜୁଳି ଦର ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି ଲାଗି ଓଇଆରସି ନିଷ୍ପତ୍ତି ନେଇଥିଲେ । ପୁଣି ବର୍ତ୍ତମାନ ଗ୍ରୀଷ୍ମ ଋତୁରେ ବିଜୁଳି ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି କରାଯିବା କେତେ ଦୂର ଯୁକ୍ତିସଙ୍ଗତ ବୋଲି ଗୋଲକ ପ୍ରଶ୍ନ କରିଛନ୍ତି ।

ରାଜ୍ୟର ଚାରୋଟି ବିଦ୍ୟୁତ ବିତରଣ କମ୍ପାନୀ ଉପରେ ୫୯୬୩.୨୧ କୋଟି ଟଙ୍କା ବକେୟା ଅଛି । ସେଥି ମଧ୍ୟରୁ ୱେସ୍କୋ ଉପରେ ୧୧୧୪.୬୫ କୋଟି, ନେସ୍କୋ ଉପରେ ୧୦୨୪.୦୬ କୋଟି, ସାଉଥକୋ ଉପରେ ୧୧୬୩.୬୯ କୋଟି ଓ ସେସୁ ଉପରେ ୨୬୬୦ କୋଟି ବକେୟା ରହିଛି । ବିଜୁଳି ଦର ୟୁନିଟ ପିଛା ୩୦ ପଇସା ବଢିବ ବୋଲି ସରକାର କହୁଛନ୍ତି । କିନ୍ତୁ ଇଡକୋ ଠାରୁ ବିଦ୍ୟୁତ ବିତରଣ କମ୍ପାନୀ(ଡ଼ିସକମ) ୭ ପଇସାରେ କିଣିବେ ଅଥଚ ଉପଭୋକ୍ତା ୩୦ ପଇସା ଦେବେ ।

ଓଡ଼ିଶାରେ କୋରୋନା ଦ୍ୱାରା ପ୍ରଭାବିତ ଶକ୍ତି କ୍ଷେତ୍ର ଏବଂ ବିଦ୍ୟୁତ୍ ବିତରଣ କମ୍ପାନୀକୁ ସହାୟତା ପ୍ରଦାନ କରିବା ପାଇଁ ଦୃଢ଼ ପଦକ୍ଷେପ ନେବା ସହ ମୋଦି ସରକାର ନିରନ୍ତର ସହଯୋଗ ଦେଉଛନ୍ତି। ଅପରପକ୍ଷରେ କିନ୍ତୁ କୋଭିଡ଼୍ ସମୟରେ ରାଜ୍ୟବାସୀ ଜୀବନ ଜୀବିକାକୁ ନେଇ ଆତଙ୍କଜନକ ପରିସ୍ଥିତିରେ ଥିବାବେଳେ ଓଇଆରସିର ବିଦ୍ୟୁତ ଦର ବୃଦ୍ଧି ନିଷ୍ପତି କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ ବୋଲି ଗୋଲକ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details