ସୂଚନାଯୋଗ୍ୟ, 9 ତାରିଖରେ ମିଆଁମାର ସହିତ ପ୍ରଥମ ଲିଗ ମ୍ୟାଚ ଖେଳି 3-0ରେ ହାରିଥିବା ନେପାଳ ପରବର୍ତ୍ତୀ 2ଟି ମ୍ୟାଚରେ ଭାରତକୁ 2-1ରେ ହରାଇଥିଲା । ଏହାସହ ଇରାନକୁ 3-0କୁ ପରାସ୍ତ କରି କମବ୍ୟାକ କରିବା ସହିତ ଦଳର ଖେଳାଳି ସବିତ୍ରା ଭଣ୍ଡାରୀ ପ୍ରତିଯୋଗିତାର ଟପ ଗୋଲ ସ୍କୋରର ହୋଇ ପାରିଛନ୍ତି। ତେବେ ଆଜିର ଏହି ମ୍ୟାଚରେ ଜଣେ ବିଜୟ ପାଇଁ ଭୋକିଲା ଓ ଆଉ ଜଣେ ବିଜୟୀ ଦଳ ସହିତ ଲଢେଇ ଦେଖିବାକୁ ମିଳିବ।
ଗୋଲଡ଼କପ ଫାଇନାଲରେ ନେପାଳ ସହ ମିଆଁମାରର ଲଢେଇ - final
ଚତୁର୍ରାଷ୍ଟ୍ରୀୟ ହିରୋ ଗୋଲଡ଼କପ ମହିଳା ଫୁଟବଲ ପ୍ରତିଯୋଗିତାର ଆଜି ଅନ୍ତିମ ଦିନ। ଗତ 9 ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିଲା ଏହି ମ୍ୟାଚ ।
ଫଟୋ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ