ଓଡିଶା

odisha

ETV Bharat / city

ହୁସିଆର ! ତୀକ୍ଷ୍ଣ ହେଉଛି ବିଏମସି ନଜର, ଅଳିଆ ପକାଇଲେ ଦେବେ ଜରିମାନା - BMC will penalise dumping waste

ଏଣିକି ସର୍ବସାଧାରଣ ସ୍ଥାନରେ ମନଇଚ୍ଛା ଅଳିଆ ଫିଙ୍ଗିବା ମନା । ଏପରି ଯିଏ କରିବ, ତାକୁ ବିଏମସି ପକ୍ଷରୁ ଦଣ୍ଡ ଦିଆଯିବା ସହିତ ଜରିମାନା ଆଦାୟ କରାଯିବ । ଏନେଇ ବଡ଼ ପଦକ୍ଷେପ ଗ୍ରହଣ କରିବା ସହ ସଚେତନତାର ବାର୍ତ୍ତା ମଧ୍ୟ ଦେଇଛି ବିଏମସି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 17, 2019, 2:44 PM IST

ଭୁବନେଶ୍ବର: ବିଏମସିରେ ସ୍ବଚ୍ଛତାକୁ ଅଗ୍ରାଧିକାର । ବର୍ଜ୍ୟବସ୍ତୁ ପରିଚାଳନାକୁ ଗୁରୁତ୍ବ ଦେଇଛି ବିଏମସି । ଏଣିକି ସର୍ବସାଧାରଣ ସ୍ଥାନରେ ଅଳିଆ ଆବର୍ଜନା, ମଳ ଫିଙ୍ଗିଲେ ଲାଗିପାରେ ଜୋରିମାନା । ଏହାସହ ଦଣ୍ଡ ବିଧାନ ମଧ୍ୟ ରହିଛି । ବର୍ଜବସ୍ତୁ ପରିଚାଳନାକୁ ଗୁରୁତ୍ବ ଦେଇ ଏ ଦିଗରେ କଠୋର ନୀତି ଅବଲମ୍ବନ କରିଛି ବିଏମସି ।

ବ୍ୟବସାୟିକ ଦାୟିତ୍ବବୋଧ ନମାନି ଘରୋଇ ସେସପୁଲ ଗାଡି ଏଣେ ତେଣେ ମଳ ନିଷ୍କାସନ କରିବାର ନଜିର ବିଏମସି କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିଛି । ଗାଡକଣଠାରେ ଏକ ସେସପୁଲ ଗାଡି ମାଲିକ ଏଣେ ତେଣେ ଆବର୍ଜନା ଢାଳୁଥିବା ସମୟରେ ଧରାପଡିଛନ୍ତି । ପଦକ୍ଷେପ ଆଧାରରେ ସମ୍ପୃକ୍ତ ସେସପୁଲ ଗାଡି (OR02J--2477)କୁ ଜବତ କରିଛନ୍ତି ବିଏମସି ଉତ୍ତର ମଣ୍ଡଳ ଜୋନାଲ ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟି । ଉକ୍ତ ଗାଡି ମାଲିକଙ୍କ ଠାରୁ 7 ହଜାର ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯାଇଛି । ଏହାପରେ ଏପରି ଆଚରଣକୁ ନ ଦୋହରାଇବା ପାଇଁ ଗାଡି ମାଲିକ ଚନ୍ଦ୍ରଶେଖରପୁର ଥାନାରେ ଏକ ଲିଖିତ ପ୍ରତିଶୃତି ମଧ୍ୟ ଦେଇଥିବାର ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସର୍ବସାଧାରଣ ସ୍ଥାନରେ ମଳ ବର୍ଜ୍ୟବସ୍ତୁ ନ ଫିଙ୍ଗିବା ପାଇଁ ବିଏମସି ପକ୍ଷରୁ ବିଭିନ୍ନ ଗଣମାଧ୍ୟମ ଜରିଆରେ ସେସପୁଲ ଗାଡି ମାଲିକଙ୍କୁ ସଚେତନ କରାଯାଉଛି । ସେହିପରି ବିଏମସି ପକ୍ଷରୁ ବିଭିନ୍ନ ଜୋନାଲ କମିଶନରଙ୍କ ନେତୃତ୍ବରେ ସ୍କ୍ବାର୍ଡ ଗଠନ କରାଯାଇଛି । ଏଦିଗରେ ଭୁବନେଶ୍ବରରେ ସଚେତନ କରାଯିବାର ପଦକ୍ଷେପ ନିଆଯାଉଛି ବୋଲି ବିଏମସି ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକ କହିଛନ୍ତି । ସ୍ବଚ୍ଛତାକୁ ବଜାୟ ରଖିବା ଓ ଉନ୍ନତି ଆଣିବାରେ ସମସ୍ତଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ ରହିଛି । ଏହାର ସଫଳତା ସାମୂହିକ ପଦକ୍ଷେପରେ ନିର୍ଭର କରେ ।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

ABOUT THE AUTHOR

...view details