ଓଡିଶା

odisha

ETV Bharat / city

ରାଜଧାନୀରେ ଆଉ ଜଣେ ଯୁବତୀଙ୍କ ଆତ୍ମହତ୍ୟା

ରାଜଧାନୀରେ ପୁଣି ଜଣେ ଯୁବତୀଙ୍କ ଆତ୍ମହତ୍ୟା । ଭୁବନେଶ୍ବରର ବଡଗଡ଼ ଥାନା ଅଞ୍ଚଳରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଅଧିକ ପଢନ୍ତୁ

By

Published : Aug 26, 2022, 10:46 PM IST

girl found hanging in bhubaneswar
ରାଜଧାନୀରେ ଆଉ ଜଣେ ଯୁବତୀଙ୍କ ଆତ୍ମହତ୍ୟା

ଭୁବନେଶ୍ବର:ରାଜଧାନୀରେ ଆଉ ଜଣେ ଯୁବତୀଙ୍କ ଆତ୍ମହତ୍ୟା । ଭୁବନେଶ୍ବରର ବଡଗଡ଼ ଥାନା ଅଞ୍ଚଳରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ତେବେ ମୃତ ଯୁବତୀ ଜଣକ କେ. ଇନ୍ଦିରା ରାଓ(18) ବୋଲି ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ବନେଶ୍ବରର ବଡଗଡ଼ ଥାନା ଅଞ୍ଚଳରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏଥିସହ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । କେଉଁ କାରଣ ପାଇଁ ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି ସେନେଇ ତଦନ୍ତ କରୁଛି ପୋଲିସ । ଏନେଇ ମୃତ ଯୁବତୀଙ୍କ ପରିବାର ଲୋକଙ୍କୁ ପଚରା ଉଚୁରା କରୁଛି ପୋଲିସ ।

ଚଳିତ ମାସ ଅଗଷ୍ଟ ୨୨ରେ ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ରହୁଥିବା ସଫ୍ଟୱେର ଇଞ୍ଜିନିୟର ଶ୍ବେତା ଉତ୍କଳ କୁମାରୀଙ୍କର ସନ୍ଦେହ ଜନକ ଭାବରେ ମୃତ୍ୟୁ ହୋଇଥିଲା । ଏହି ମୃତ୍ୟୁ ଘଟଣାକୁ ନେଇ ଶ୍ବେତା ଉତ୍କଳ କୁମାରୀଙ୍କ ପରିବାର ଲୋକ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଛନ୍ତି । ୨୦୧୮ ମସିହାରୁ ଶ୍ବେତା ଭୁବନେଶ୍ବରର ଏକ ଆଇଟି କମ୍ପାନୀରେ ଚାକିରି କରୁଥିଲେ । ତାଙ୍କ ସହିତ ସମ୍ବଲପୁରର ସୌମ୍ୟଜିତ ମହାପାତ୍ର ନାମକ ଯୁବକ ମଧ୍ୟ ସେଠାରେ ଚାକିରି ମଧ୍ୟ କରୁଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଶ୍ବେତା ମୃତ୍ୟୁ ପଛରେ ସୌମ୍ୟଜିତଙ୍କ ହାତ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏପରିକି ଶ୍ବେତାକୁ ଆତ୍ମହତ୍ୟା କରିବା ପାଇଁ ଅଭିଯୁକ୍ତ ଉସକେଇ ଥିବା ନେଇ ଅଡିଓ ଭାଇରାଲ ମଧ୍ୟ ହୋଇଥିଲା । କମିଶନରେଟ ପୋଲିସ ଏହି ଘଟଣାରେ ୩୦୬ ଦଫାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ତଦନ୍ତର ବିଳମ୍ବ ନେଇ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି ।

ସେପଟେ ବଡଗଡ ଥାନା ବିଜେବି ଛାତ୍ରୀ ରୁଚିକା ମହାନ୍ତି ଘଟଣା ହେଉ ବା ଇନଫୋସିସ ଥାନା ସୌମ୍ୟ ପାଣିଗ୍ରାହୀ ମୃତ୍ୟୁ ମାମଲା । ସେହିପରି ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟ ମାମଲା ଏବେବି ରହସ୍ୟ ଘେରରେ ରହିଛି । ଭୁବନେଶ୍ବର ନୟାପଲ୍ଲୀସ୍ଥିତ ଗଡ଼ସାହିର ଏକ ଭଡ଼ାଘରେ ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ଏକ ସୁଇସାଇଡ ନୋଟ ମଧ୍ୟ ପୋଲିସ ଜବତ କରିଥିଲା । ଏହାପରେ ରଶ୍ମିରେଖାଙ୍କ ମୃତ୍ୟୁ ମାମଲାକୁ ନେଇ କମିଶନରେଟ ପୋଲିସ ସନ୍ତୋଷକୁ ଜେରା କରିଥିଲା । ଏହାର କିଛିଦିନ ପରେ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର ରାଉରକେଲାସ୍ଥିତ ବାସନ୍ତୀ କଲୋନୀରେ ଆତ୍ମହତ୍ୟା କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details