ଓଡିଶା

odisha

ETV Bharat / city

ଗଣତନ୍ତ୍ର ମହାନ ପର୍ବରେ ସାମିଲ ସଭିଏଁ

ମଡେଲ ବୁଥ୍‌ରେ ଭୋଟ ଦେଇ ଖୁସି ବ୍ୟକ୍ତ କରିଛନ୍ତି ରାଜଧାନୀ ବାସିନ୍ଦା ।

By

Published : Apr 23, 2019, 2:17 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆଜି ହେଉଛି ଗଣତନ୍ତ୍ରର ମହାନ ପର୍ବ । ଆଉ ଏହି ପର୍ବରେ ସଭିଏଁ ନିଜକୁ ସାମିଲ କରିଛନ୍ତି । ନିଜ ଅଞ୍ଚଳର ନେତା ବାଛିବା ପାଇଁ ଆଗକୁ ଆସିଛନ୍ତି । ତେବେ ରାଜଧାନୀ ଭୁବନେଶ୍ବରରେ ଆଇଆରସି ଭିଲେଜ ଏକ ମଡେଲ ବୁଥ୍ କରାଯାଇଛି । ଯେଉଁ ବୁଥ୍‌କୁ କେବଳ ମହିଳା ଓ କିନ୍ନର ମାନେ ପରିଚାଳନା କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସାଧାରଣ ଲୋକଙ୍କ କିପରି ସୁରୁଖୁରୁରେ ଭୋଟ୍ ଦେଇ ପାରିବେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସେହିପରି ବୟସ୍କଙ୍କ ଯେପରି କୌଣସି ଅସୁବିଧାର ସମ୍ମୁଖିନ ନ ହେବେ ସେଥିପାଇଁ ଯୁବ ଭଲ୍ୟୁଣ୍ଟର ନିୟୋଜିତ କରାଯାଇଛି । ଅନ୍ୟପଟେ ଭୋଟରଙ୍କ ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ବ୍ୟବସ୍ଥାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଭୋଟର ।


ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details