ଓଡିଶା

odisha

ETV Bharat / city

ପର୍ବ ନାଁ 'ଦଳ ଡିଆଁ', ଜୋରସୋରରେ ପାଳୁଛି ବିଜେଡି

ଦଳ ଡିଆଁ ପର୍ବ ପାଳନ କରୁଛି ବିଜେପି, କଂଗ୍ରେସ ଏବଂ ବିଜେଡି । ଯେଉଁ ନେତା ବିଜେପି କ୍ୟାମ୍ପ ଛାଡୁଛନ୍ତି ସେ ବିଜେପି କିମ୍ବା କଂଗ୍ରେସ ଶିବିରରେ ଯୋଗ ଦେଉଛନ୍ତି । ବିଜେଡି ସୋମବାର ଏକାଧିକ ନେତାଙ୍କୁ ଆମଦାନୀ କରିଛି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ।

By

Published : Apr 1, 2019, 9:05 PM IST

Updated : Apr 1, 2019, 10:10 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଭୁବନେଶ୍ବର: ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ନେତାଙ୍କ 'ଦଳ ଡିଆଁ' ତା ସହିତ ତାଳ ଦେଇ ଜୋରସୋରରେ ବଢି ଚାଲିଛି । ପ୍ରମୁଖ 3 ଦଳ ଯେପରି ନେତାଙ୍କ 'ଦଳ ଡିଆଁ'କୁ ବର୍ତ୍ତମାନ ଏକ ପର୍ବ ପାଳନ କରୁଛି । ବିଜେପି, କଂଗ୍ରେସ ଏବଂ ବିଜେଡି 'ଦଳ ଡିଆଁ' ଉତ୍ସବ ମନାଉଥିବା ବେଳେ ବିଜେଡି ଟିକେ ଅଧିକା ମନାଉଛି । ବିଜେପି କ୍ୟାମ୍ପ ଯେଉଁ ନେତା ଛାଡୁଛନ୍ତି, ସେ ବିଜେପି କିମ୍ବା କଂଗ୍ରେସ ଶିବିରରେ ଯୋଗ ଦେଉଛନ୍ତି । ଅନୁରୂପ ଭେବେ ବର୍ତ୍ତମାନ 3 ଦଳ ମଧ୍ୟରେ ନେତା ଆମଦାନୀ ଜୋର ସୋରରେ ଚାଲିଛି । ଏହି କ୍ରମରେ ବିଜେଡି ସୋମବାର ଏକାଧିକ ନେତାଙ୍କୁ ଆମଦାନୀ କରିଛି ।

ପ୍ରକାଶ ଯେ, ଗଜପତି ପାରଳାଖେମୁଣ୍ଡିର ପୂର୍ବତନ ବିଜେପି ବିଧାୟକ ଭରତ ପାଇକ ସୋମବାର ବିଜେଡିରେ ଯୋଗ ଦେଇଛନ୍ତି । ଦଳୀୟ ସୁପ୍ରିମୋଙ୍କ ବାସଭବନରେ ପହଞ୍ଚି ଶଙ୍ଖ ଫୁଙ୍କିଛନ୍ତି ଭରତ ପାଇକ । ସେହିଭଳି ବରୀର ବ୍ଲକ ଚେୟାର ମ୍ୟାନ ସୁନନ୍ଦା ଦାସ ମଧ୍ୟ ବିଜେପି ଛାଡି ବିଜେପି କ୍ୟାମ୍ପରେ ଯୋଗଦାନ କରିଛନ୍ତି । ପାଲଲହଡା ଚେୟାରମ୍ୟାନ ମୁକେଶ ପାଲ ବିଜେପି ଛାଡି ବିଜେଡିରେ ଯୋଗଦାନ କରିଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ଉପରୋକ୍ତ ସମସ୍ତ ନେତାଏ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ନୂଆ ସଦସ୍ୟଙ୍କୁ ଦଳରେ ସ୍ବାଗତ କରିବା ସହ ଏମାନଙ୍କ ଯୋଗଦାନ ଦ୍ବାରା ବିଜେଡି ମଜବୁତ ହେବ ବୋଲି କହିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Apr 1, 2019, 10:10 PM IST

ABOUT THE AUTHOR

...view details