ଓଡିଶା

odisha

ETV Bharat / city

ବ୍ଳକରେ ହେବ ପଞ୍ଚାୟତ ଭୋଟ ଗଣତି, ଜାରି ହେଲା ବିଜ୍ଞପ୍ତି

ମତଦାନ କେନ୍ଦ୍ର ପରିବର୍ତ୍ତେ ବ୍ଲକରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି । ପଞ୍ଚାୟତ ନିର୍ବାଚନରେ ହିଂସା ରୋକିବାକୁ ହୋଇଛି ଏହି ନୂଆ ନିୟମ । ଏନେଇ ଗଜେଟ ବିଜ୍ଞପ୍ତି ଜାରି କଲେ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ । ଅଧିକ ପଢନ୍ତୁ...

ବ୍ଳକରେ ହେବ ପଞ୍ଚାୟତ ଭୋଟ ଗଣତି, ଜାରି ହେଲା ଗଜେଟ୍ ବିଜ୍ଞପ୍ତି
ବ୍ଳକରେ ହେବ ପଞ୍ଚାୟତ ଭୋଟ ଗଣତି, ଜାରି ହେଲା ଗଜେଟ୍ ବିଜ୍ଞପ୍ତି

By

Published : Sep 23, 2021, 7:20 AM IST

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ଗଣତି ଆଉ ମତଦାନ କେନ୍ଦ୍ରରେ ହେବନି । ସାରା ଓଡ଼ିଶାରେ ବ୍ଳକ ମୁଖ୍ୟାଳୟରେ ଗୋଟିଏ ଦିନରେ ହେବ ଭୋଟ ଗଣନା । ଏନେଇ ପଞ୍ଚାୟତିରାଜ ବ୍ୟବସ୍ଥାର ଆଇନରେ ଥିବା ନିୟମାବଳୀରେ ଆବଶ୍ୟକୀୟ ସଂଶୋଧନ କରାଯାଇଛି । ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ଏ ସମ୍ପର୍କରେ ଗଜେଟ ବିଜ୍ଞପ୍ତି ଜାରି କରିଛନ୍ତି ।

ବ୍ଳକରେ ହେବ ପଞ୍ଚାୟତ ଭୋଟ ଗଣତି, ଜାରି ହେଲା ଗଜେଟ୍ ବିଜ୍ଞପ୍ତି

ସଂଶୋଧିତ ନିୟମ ଅନୁସାରେ, ପଞ୍ଚାୟତ ନିର୍ବାଚନରେ ହିଂସା ରୋକିବାକୁ ନୂଆ ନିୟମ କରାଯାଇଛି । ପଞ୍ଚାୟତ ଭୋଟ ଗଣତି ନେଇ ସରକାର ଗ୍ରହଣ କରିଛନ୍ତି ନୂଆ ପଦକ୍ଷେପ । ୩ଟି ଆଇନରେ ସଂଶୋଧନ କରିଛି ପଞ୍ଚାୟତରାଜ ବିଭାଗ । ଏହି ୩ଟି ଆଇନ ହେଉଛି ଓଡ଼ିଶା ଜିଲ୍ଲାପରିଷଦ ସଂଶଧୋନ ଆଇନ ୨୦୨୧, ଓଡ଼ିଶା ପଞ୍ଚାୟତ ସମିତି ସଂଶୋଧନ ସମିତି ଓ ଓଡ଼ିଶା ଗ୍ରାମପଞ୍ଚାୟତ ନିର୍ବାଚନ ସଂଶୋଧନ ଆଇନ ୨୦୨୧ । ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ଶେଷ ହେବା ପରେ ପ୍ରାର୍ଥୀ କିମ୍ବା ତାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ପ୍ରିଜାଇଡିଂ ଅଫିସର ଭୋଟ ବାକ୍ସକୁ ସିଲ କରିବେ । ଏହାପରେ ଏହାକୁ ବ୍ଳକ ମୁଖ୍ୟାଳୟରେ ଥିବା ଷ୍ଟ୍ରଙ୍ଗ ରୁମକୁ ପଠାଇବେ ।

ସାରା ରାଜ୍ୟରେ ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଗୋଟିଏ ଦିନରେ ଭୋଟ ଗଣତି ହେବ । ମତଦାନ କେନ୍ଦ୍ରରେ ନୁହେଁ, କାଉଣ୍ଟିଂ ସେଣ୍ଟରରେ ଭୋଟ ଗଣତି ହେବ । ବିଧାନସଭା ଓ ଲୋକସଭା ଭଳି ପଞ୍ଚାୟତ ଭୋଟ ଗଣତିରେ ଏହି ନିୟମ ଲାଗୁ ହେବ । ଗଣତି କେନ୍ଦ୍ରରେ ସମସ୍ତଙ୍କ ଉପସ୍ଥିତିରେ ବାଲାଟ୍ ବକ୍ସ ଖୋଲାଯିବ । ପୂର୍ବ ଭଳି ଆଉ ବୁଥରେ ଭୋଟ ଗଣତି ନହୋଇ ବ୍ଲକମାନଙ୍କରେ ହେବ । ନିୟମ ସଂଶୋଧନ ଲାଗି ଗତ ମାସ 18 ତାରିଖରେ ଚିଠା ନିୟମାବଳୀ ଜାରି ହୋଇଥିଲା । ଲୋକଙ୍କ ଆପତ୍ତି ଓ ପ୍ରସ୍ତାବ ମଗାଯାଇଥିଲା । ତେବେ କୌଣସି ଆପତ୍ତି ଓ ପ୍ରସ୍ତାବ ନମିଳିବାରୁ ଏହି ଗଜେଟ ବିଜ୍ଞପ୍ତି ଜାରି ହୋଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details